ଓଡ଼ିଶାରେ ନାହାଁନ୍ତି ନବୀନଙ୍କ ସମତୁଲ ନେତା, ମାନିଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ପ୍ରଶଂସା  । ବିରୋଧୀ ଦଳରେ ନାହିଁ ନବୀନ ପଟ୍ଟନାୟକଙ୍କ ସମତୂଲ ନେତା । ନବୀନଙ୍କ ଭାବମୂର୍ତ୍ତୀ ହିଁ ବିଜେଡି ବିଜୟର କାରଣ । ୨୦୦୦ ମସିହାରୁ କ୍ରମାଗତ ଭାବେ ବିଜେଡିର ବିଜୟ ଧାରା ଏବଂ ଉପନିର୍ବାଚନଗୁଡିକରେ ବିଜୟ ହିଁ ଏହାର ମୂଳ କାରଣ  ବୋଲି କହିଛନ୍ତି ଖୋଦ ବିରୋଧି ନେତା ।

ଖାରବେଳ ସ୍ୱାଇଁ ବିଜେପିର ଜଣେ ବରିଷ୍ଠ ନେତା  । ପୂର୍ବରୁ ଅନେକ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଖାରବେଳ  । ପିପିଲି ଉପ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ଅନୁପସ୍ଥିତ ରହି ମଧ୍ୟ ବିପୁଳ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ଜିତିଥନ୍ତି  । ଯାହା କେବଳ ନବୀନଙ୍କ ଭାବ ମୂର୍ତ୍ତି ପାଇଁ ସମ୍ଭବ ଏକଥା ମାନିଛନ୍ତି ଖୋଦ ବିଜେପିର ବରିଷ୍ଠ ।

ସେହିପରି ଖାରବେଳ ଏକଥା ମଧ୍ୟ କହିଛନ୍ତି କି, ବିରୋଧୀ ଦଳରେ ନବୀନଙ୍କ ଭାବମୂର୍ତ୍ତୀକୁ ଟକ୍କର ଦେବା ଭଳି ନେତା ନାହାଁନ୍ତି  । ତେବେ ପୂର୍ବରୁ ଅନେକ ବାର ମୁଖ୍ୟମନ୍ତ୍ରୀଙ୍କୁ ସାଣିତ ସମାଲୋଚନା କରୁଥିବା ନେତା ଖାରବେଳ ସ୍ୱାଇଁ ମଧ୍ୟ ଗ୍ରହଣ କରିଛନ୍ତି ଯେ, ନବୀନଙ୍କ ସମତୁଲ ନାହାଁନ୍ତି  ।

Leave a Reply