ଅତାବିରାରେ ବିଜେଡିର ବାଜିମାତ୍‌, ହିନ୍ଦୋଳରେ ବି ଆଗୁଆ

ଭୁବନେଶ୍ବର: ବରଗଡ଼ର ଅତାବିରାରେ ବାଜିମାତ୍ କରିଛି ବିଜେଡି । ଅତାବିରାରେ ୧୨ ଓ୍ବାର୍ଡରୁ ୧୧ଟିରେ ବିଜେଡି କାଉନସିଲର ବିଜୟୀ ହୋଇଛନ୍ତି । ସେହିପରି ହିନ୍ଦୋଳରେ ମଧ୍ୟ ବିଜେଡି ଆଗୁଆ ରହିଛି ।

ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛିଛନ୍ତି ଜନତା । ୧୬ଟି ଓ୍ବାର୍ଡରେ ୯ହଜାର ୮୬୩ ମତଦାତା ରହିଥିବା ବେଳେ ୮୮ପ୍ରତିଶତ ମତଦାନ ହୋଇଛି । ୫୦ ଜଣ କାଉନସିଲର ଓ ୩ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ।

ସେହିପରି ଅତାବିରାରେ 74 ପ୍ରତିଶତ ମତଦାନ ହୋଇଛି । ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିଲେ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।