spot_img

Latest Posts

ବିଜେଡି କର୍ମୀଙ୍କ ଦେଶ ପ୍ରେମ ଭିଡିଓ ଭାଇରାଲ

ବିଜେଡି କର୍ମୀଙ୍କ ଦେଶ ପ୍ରେମ ଭିଡିଓ ଭାଇରାଲ । ଗତକାଲି ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ଚକଅଖ ବନ୍ଦ ଡାକରା ଦିଆଯାଇଥିଲା। ସେହି ସମୟରେ ବିଜୁ ଜନତା ଦଳର କର୍ମୀଙ୍କ ଦେଶ ପ୍ରେମ ଓ ଯବାନଙ୍କ ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଥିଲା। ନବରଙ୍ଗପୁର ଜିଲ୍ଲାରେ ନୂତନ ଭାବରେ BSF-7 ବାଟାଲିଅନ ସ୍ଥାପନ ହେଉଥିବା ବେଳେ କାଲି ବାଟାଲିଅନର ଗାଡି ଓ ଯବାନମାନେ ଆସିଲାବେଳେ ବିଜେଡିର କର୍ମୀମାନେ ସେମାନଙ୍କ ଗାଡିକୁ ସମ୍ମାନର ସହ ଛାଡି ଥିଲେ । ଜୟ ଯବାନ ଜୟ କିଷାନ ନାରା ଦେଇ ସେମାନଙ୍କୁ ସମ୍ମାନ ଜଣାଇଥିଲେ । ତାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଜେଡି କର୍ମୀଙ୍କ ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ।

Latest Posts

Don't Miss