ଭୁବନେଶ୍ୱରରେ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ୱାର୍ଡ ନମ୍ବର ୧୫ ଏକାମ୍ର କାନନ ପାର୍କରେ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା। ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ ଏକାମ୍ର ପାର୍କରେ ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡି ଆଶୀର୍ବାଦ ଲୋଡିଛନ୍ତି।

ଏହାସହ ଏକାମ୍ର କାନନ ପରିସରରେ ବୁଲି ଲୋକଙ୍କ ସହ କଥା ହୋଇ ସୁଖ ଦୁଃଖ ବୁଝୁଛନ୍ତି ମନ୍ମଥ ଓ ସୁଶାନ୍ତ। ମାଆ, ମାଉସୀ ଓ ବରିଷ୍ଠ ନାଗରିକମାନେ ମନ୍ମଥଙ୍କୁ କୋଳେଇ ନେଇ ଆର୍ଶୀବାଦ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମର ସଦସ୍ୟ ହୋଇଥିବାରୁ ଲୋକ ଭଲପାଇବା ଦେଉଛନ୍ତି । ଏହି ଆର୍ଶୀବାଦ ଓ ସ୍ନେହକୁ ନେଇ ନିର୍ବାଚନରେ ବିଜୟଲାଭ କରିବେ ବୋଲି କହିଛନ୍ତି ମନ୍ମଥ ରାଉତରାୟ।