ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବା ପରେ କିଏ, କଣ କହିଲେ…

BJD's Sulata Deo Manas Mangaraj Sasmit Patra Niranjan Bishi Rajya Sabha

ଭୁବନେଶ୍ୱର: ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ୪ ଜଣଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି । ଆସନ୍ତୁ ଜାଣିବା ରାଜ୍ୟସଭା ଟିକେଟ୍ ମିଳିବା ପରେ କିଏ ପ୍ରତିକ୍ରିୟାରେ କଣ କହିଛନ୍ତି ।…

ସୁଲତା ଦେଓ

ସମାଜସେବୀ ତଥା ବିଜେଡିର ମୁଖପାତ୍ର ସୁଲତା ଦେଓ । ଏବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଅଛନ୍ତି ସୁଲତା ଦେଓ ।  ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସୁଲତା । ରାଜ୍ୟସଭା ପାଇଁ ଟିକେଟ୍ ମିଳିବା ପରେ ସେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବେ ।

ମାନସ ରଞ୍ଜନ ମଙ୍ଗରାଜ

ସାମ୍ବାଦିକରୁ ରାଜନେତା । ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି ମାନସ ମଙ୍ଗରାଜ । ଦଳର ସଂଗଠନ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟସଭା ପାଇଁ ନାଁ ଘୋଷଣା ପରେ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସଂସଦରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

ଡ. ସସ୍ମିତ ପାତ୍ର

ନାଁ ଘୋଷଣା ପରେ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱରକୁ ଆହୁରି ଶାଣିତ କରି ସଂସଦରେ ଉପସ୍ଥାନ କରାଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର । ଦିଲ୍ଲୀ ଦରବାରରେ ହକ୍ ପାଇଁ ଲଢ଼େଇ କରୁଛି, ଆଗକୁ ଜାରି ରହିବ ବୋଲି କହିଛନ୍ତି ସସ୍ମିତ ।

ନିରଞ୍ଜନ ବିଶି

ପଶ୍ଚିମ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ନିରଞ୍ଜନ ବିଶି । ସେ ଏବେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଅଛନ୍ତି । ରାଜ୍ୟସଭା ଟିକେଟ୍ ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ଯୋଜନାକୁ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କାମ କରିବେ ବୋଲି କହିଛନ୍ତି ନିରଞ୍ଜନ ।