ବିକାଶ ସହିପାରୁନି ବିଜେପି, ଆମ୍ ଆଦମୀ ପାର୍ଟି ମୁଖାରେ ବିଜେପି ନେତାଙ୍କ ବିଶୃଙ୍ଖଳା

1 min read

ସୁବର୍ଣ୍ଣପୁର: 5T ସଚିବ ଭିକେ ପାଣ୍ଡିଆନ୍ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଛଦ୍ମବେଶରେ ବିଜେପି ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିଛି। ଉଲୁଣ୍ଡାଠାରେ 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଛନ୍ତି । ତେବେ ନିଜ ମୁଖା ଖୋଲିଯିବା ଭୟରେ ବିଜେପିର ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀର କିଛି କର୍ମୀ ଆମ୍ ଆଦମୀ ପାର୍ଟିର ଟୋପି ପିନ୍ଧି ଏହି କାଣ୍ଡ ଭିଆଇବାକୁ ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକ ସେମାନଙ୍କୁ ବିଜେପିର ନିର୍ଦ୍ଧିଷ୍ଟ ଗୋଷ୍ଠୀର କର୍ମୀ ବୋଲି ଚିହ୍ନଟ କରିଛନ୍ତି ।

ଅପରପକ୍ଷରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତାଙ୍କ ଦଳ ଏଭଳି ହୀନ କାର୍ଯ୍ୟରେ ବିଶ୍ବାସ କରେନି । ବିଜେପିର ଯେଉଁ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏପରି ଷଡ଼ଯନ୍ତ୍ର କରିଥିଲେ ସେ ଗୋଟିଏ ଟେଲିଭିଜନ୍ ସଂସ୍ଥାର ମାଲିକ ବୋଲି ଜଣାପଡ଼ିଛି । ସ୍ଥାନୀୟ ବିଜେପି ସାଂସଦ ସଂଗୀତା ସିଂହଦେଓଙ୍କୁ ମଧ୍ୟ ଏହି ଗୋଷ୍ଠୀ ବିଶ୍ବାସକୁ ନେଇନଥିବା ଜଣାପଡ଼ିଛି । ଆମ୍ ଆଦମୀ ପାର୍ଟି ବେଶରେ ଏଭଳି ହୀନ କାର୍ଯ୍ୟ କରିଥିବା ବିଜେପି କର୍ମୀଙ୍କୁ ଏବେ ସାଧାରଣ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ବିକାଶ ପାଇଁ ଚାଲିଥିବା କାର୍ଯ୍ୟରେ ଯେ କେହି ଅନ୍ତରାୟ ସାଜିବ, ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଲୋକେ କହିଛନ୍ତି ।