ଦୁଇ ଆସନରୁ ପ୍ରାର୍ଥୀ ବଦଳାଇଲା ବିଜେପି

1 min read

ଭୁବନେଶ୍ୱର: ବିଜେପି ପକ୍ଷରୁ ମଙ୍ଗଳବାର ଦିନ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ୨୧ ବିଧାନସଭା ଆସନ ମଧ୍ୟରୁ ଦୁଇ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ଏହି ଦୁଇ ଆସନ ମଧ୍ୟରେ ରହିଛି  ରଣପୁର ଓ ପଟାଙ୍ଗୀ।

ରଣପୁର ଓ ପଟାଙ୍ଗୀରେ ବଦଳିଲେ ପ୍ରାର୍ଥୀ । ରଣପୁରରେ ତାପସ ମାର୍ଥାଙ୍କ ବଦଳରେ ସୁରମା ପାଢୀଙ୍କୁ ଟିକେଟ ଦେଇଛି ଦଳ । ସେପଟେ ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲିଙ୍କୁ ଟିକେଟ୍ ପ୍ରଦାନ କରିଛି ବିଜେପି। ନଜର ପକାନ୍ତୁ ୨୧ ଆସନ ମଧ୍ୟରୁ କିଏ କେଉଁ ସ୍ଥାନରେ ଟିକେଟ୍ ପାଇଛନ୍ତି…

ରାଉରକେଲା-ଦିଲ୍ଲୀପ ରାୟ, ପାଟଣା- ଅଖିଳ ଚନ୍ଦ୍ର ନାଏକ, ସାରସକଣା- ଭାଦବ ହାଂସଦା, ରାଇରଙ୍ଗପୁର- ଜୋଲେନ ବାରଦା, ଲକ୍ଷ୍ମୀପୁର- କୈଳାଶ କୁଲେସିକା, ବାଙ୍ଗିରିପୋଷୀ- ସଞ୍ଜଳି ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବୃ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି, ଜଗତସିଂହପୁର- ଅମରେନ୍ଦ୍ର ଦାସ, କାକଟପୁର- ବାଇଧର ମଲ୍ଲିକ, ରଣପୁର-ଶ୍ରୀମତି ସୁରମା ପାଢୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମ କଟକ- ଜଗନ୍ନାଥ ନୁଦୃକା, ରାୟଗଡ଼ା- ବସନ୍ତ କୁମାର ଉଲାକା, ଚିତ୍ରକୋଣ୍ଡା- ଡମ୍ବରୁ ସୀସା, କୋଟପଡା- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି ।