ଭୋଟ୍ ପାଇଁ ବିଦ୍ୟାଳୟ ପରିସରରେ ଭୋଜି ବାଣ୍ଟୁଛି ବିଜେପି, ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି ଫେରାଦ

BJP Ganjam Dist President Violated Model Code Of Conducts

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ହେଲେ ଗଞ୍ଜାମ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ କରୁଛି ବିଜେପି । ନିର୍ବାଚନ ବେଳେ ଭୋଜିଭାତ ସମ୍ପୂର୍ଣ୍ଣ ବାରଣ ଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଗୋଳନ୍ଥରାର ଏକ ସରକାରୀ ବିଦ୍ୟାଳୟରେ ଭୋଜିଭାତ ଆୟୋଜନ କରିଛନ୍ତି । ଏନେଇ ବିଜେଡି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛି ।

BJP Ganjam Dist President Violated Model Code Of Conducts

ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଶହ ଶହ ଲୋକଙ୍କୁ ଜବରଦସ୍ତ ସାମିଲ୍ କରାଯାଇଥିଲା । ସେହିଭଳି ନୋ କ୍ୟାମ୍ପେନ ସମୟ ୭ଟା ପରେ ଏକ ବିରାଟ ବାଇକ୍ ରାଲି ବାହାର କରି ମଡେଲ୍ କୋଡ୍ ଅଫ କଣ୍ଡକ୍ଟକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ବିଭୁତି ଭୂଷଣ ଜେନା ।

ନିୟମ କାନୁନ୍ ନମାନି ନିର୍ବାଚନ ବେଳେ ଆଇନକୁ ହାତକୁ ନେଉଥିବା ଲୋକଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ଦଳ ପକ୍ଷରୁ ଏକ ୪ ଜଣିଆ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହ ଘଟଣା ବେଳର କିଛି ଭିଡିଓ ଓ ଫଟୋ ଦାଖଲ କରିଛନ୍ତି ।

Leave a Reply