spot_img

Latest Posts

ବିଜେପି ସରକାର ସବୁକ୍ଷେତ୍ରରେ ବିଫଳ ; ରାଜ୍ୟବାସୀଙ୍କୁ ଅନେକ ସ୍ବପ୍ନ ଦେଖାଇ ଭଣ୍ଡେଇଦେଲା

ଭୁବନେଶ୍ବର : ବିଜେପି ସରକାର ସବୁକ୍ଷେତ୍ରରେ ବିଫଳ । ରାଜ୍ୟବାସୀଙ୍କୁ ଅନେକ ସ୍ବପ୍ନ ଦେଖାଇ ସରକାରକୁ ଆସିଥିଲା ବିଜେପି । ହେଲେ ସରକାର ଗଠନ ପରେ ନିର୍ବାଚନୀ ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ଓଡ଼ିଶାବାସୀ ଓ ନୂଆପଡ଼ାବାସୀ ଏବେ ଏହାର ସମୀକ୍ଷା କରୁଛନ୍ତି ବୋଲି କହି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଗତ ୨୪ବର୍ଷ ଧରି ବିଜେଡି ସରକାରରେ ଥାଇ ଲୋକଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିଲା । ବିଶେଷକରି ମହିଳାଙ୍କ ସୁରକ୍ଷା ଦିଗରେ ସରକାର ଫୋକସ କରିଥିଲେ ନବୀନ। ତେବେ ବିଜେପି ସରକାର ଆସିବା ପରେ ମହିଳାଙ୍କ ସ୍ଥିତି ସଂପୂର୍ଣ୍ଣ ବିଗିଡିଯାଇଛି । ବିଜେପି ସରକାର ଅମଳରେ ନାରୀ ସୁରକ୍ଷା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶାରେ ମହିଳାଙ୍କ ସ୍ଥିତି ଅତି ଖରାପ ସ୍ଥିତିରେ ରହିଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥଲା । ଏହା ପରେ ମହିଳା ଜାଗରଣ ଚାଲିଛି ।ବିଜେପି ସରକାର ଏହି ପ୍ରକ୍ରିୟାକୁ ଆଗକୁ ନେବେ ବୋଲି ଆଶା ଥିଲା । କିନ୍ତୁ ରିପୋର୍ଟ କାର୍ଡ ଦେଖିଲେ ଲାଜ ଲାଗୁଛି ବୋଲି କହିଛି ବିଜେଡି।

ଓଡ଼ିଶାରେ ମହିଳାଙ୍କ ଅବସ୍ଥା କଣ ବୋଲି ପ୍ରଶ୍ନ କରିଛି ବିଜେଡି। ପ୍ରତିଦିନ ଓଡ଼ିଶାରେ ୧୫ ମହିଳାଙ୍କ ରେପ ହେଉଛି । ବିଜେପି ସରକାର ସମୟରେ ୪ ହଜାର ରେପ ହୋଇସାରିଲାଣି । ୧୬ ମାସ ସରକାର ମଧ୍ୟରେ ଅନରିପୋର୍ଟେଡ କେସ ଆହୁରି ଅଛି । ଏହା ବର୍ତ୍ତମାନ ମହିଳା ଜାଗରଣର ସଦ୍ୟତମ ଉଦାହରଣ ବୋଲି କଟାକ୍ଷ କରିଛି ବିଜେଡି । ସେହିପରି ମହିଳା ବିରୋଧୀ ଅନ୍ୟ ନିର୍ଯାତନା ୪୦ ହଜାର। ୧୭ ଲକ୍ଷ ଲକ୍ଷପତି ଦିଦି ତିଆରି ହୋଇଛି ବୋଲି କହୁଛନ୍ତି। ଏହାର ସଂଜ୍ଞା କଣ ବୁଝି ହେଉ ନାହିଁ ବୋଲି ବିଜେଡି କହିଛି । ସୁଭଦ୍ରା ଯୋଜନାରେ ବାର୍ଷିକ ୫୦ ହଜାର ଦେବେ କହୁଥିଲେ ଏବେ ପାଞ୍ଚ ବର୍ଷରେ ୫୦ ହଜାର ଦେଉଛନ୍ତି । ଯାହାକି ଦୈନିକ ୨୮ ଟଙ୍କା ୩୦ ପଇସା ପଡୁଛି। ତେଣୁ ଲକ୍ଷପତି ଦିଦିର ସଂଜ୍ଞା ଅର୍ଥଶାସ୍ତ୍ରୀମାନଙ୍କୁ ଖୋଜିବାକୁ ପଡିବ।

ଚାଷୀଙ୍କୁ ସରକାର ୮୦୦ ଟଙ୍କା ଇନପୁଟ ସବସିଡି ଦେଉଥିବା କହୁଛନ୍ତି। କିନ୍ତୁ ଚାଷୀ ପଞ୍ଜୀକରଣର ନୁଆ ନୀତି ଆରମ୍ଭ କରିଦେଲେ। ଫଳରେ ବହୁ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି । ଯାହା ଫଳରେ ବହୁ ଚାଷୀ ମଣ୍ଡିରେ ଧାନ ବିକି ପାରିଲେନି । ତେଣୁ ଏହା ଚାଷୀ ପୋଷଣ ନୀତି ନା ଚାଷୀ ମାରଣ ନୀତି ବୋଲି ପ୍ରଶ୍ନ କରିଛି ଦଳ। ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବେ ବୋଲି କହିଥିଲେ । ବିଏସକେୱାଇକୁ ବନ୍ଦ କଲେ । ତେଣୁ ଲୋକେ ହଇରାଣ ହେଉଛନ୍ତି । ପୁଞ୍ଜିନିବେଶ ପ୍ରଚାର ହେଉଛି କିନ୍ତୁ କେତେ ପୁଞ୍ଜିନିବେଶ ହୋଇଛି ବୋଲି ପ୍ରଶ୍ନ କରିଛି ବିଜେଡି ।

ସରକାର ପ୍ରହେଳିକା ତିଆରି କରୁଛନ୍ତି । ସରକାର ଲୋକଙ୍କ ଆଶା ସବୁ ଚୂରମାର କରିଦେଇଛନ୍ତି । ତେବେ ନୂଆପଡାରେ ନିରପେକ୍ଷ ନିର୍ବାଚନ ହେଉ ବୋଲି ଦାବି କରିଛି ଦଳ । ନିର୍ବାଚନ କମିଶନ ସରକାରଙ୍କ ଶାଖା ଭାବେ ବକ୍ତବ୍ୟ ଦେଉଛନ୍ତି । ସ୍ଵଚ୍ଛ ନିର୍ବାଚନ କରିବା ନେଇ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେଡି। ଆସନ୍ତା ୧୧ ତାରିଖରେ ନୂଆପଡ଼ାବାସୀ ଏହାର ଉଚିତ ଜବାବ ଦେବେ । ଆସନ୍ତାକାଲି ନୂଆପଡ଼ା ଗସ୍ତରେ ଆସିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ାରେ ଆସନ୍ତା କାଲି ଖରିଆର ରୋଡରେ ରୋଡ ଶୋ ସହିତ ଲୋକଙ୍କୁ ଉଦବୋଧନ ଦେବେ । ନବୀନଙ୍କ ଗସ୍ତକୁ ନେଇ ଉତ୍ସାହିତ ନୂଆପଡ଼ାବାସୀ ।

Latest Posts

Don't Miss