ବିଜେପି ଟିକେଟ ପାଇଥିବା ଅରବିନ୍ଦ ଢାଲିଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ବିଦ୍ରୋହ

ଭୁବନେଶ୍ବର: ବଢ଼ୁଛି ବିଜେପିରେ ଗୋଷ୍ଠୀ କନ୍ଦଳ । ଭୁବନେଶ୍ବର ଜୟଦେବ ନିର୍ବାଚନମଣ୍ଡଳିରେ ଫାଳଫାଳ ବିଜେପି । ଟିକେଟ ଘୋଷଣା ପରେ ବିଜେପି ନେତା ଓ କର୍ମୀଙ୍କ ଯୁଦ୍ଧଦେଂହୀ ଡାକରା । ବିଜେପି ଟିକେଟ ପାଇଥିବା ଅରବିନ୍ଦ ଢାଲିଙ୍କ ବିରୋଧରେ ବିଦ୍ରୋହ । ଆଶାୟୀ ସତ୍ୟପ୍ରିୟ ବେହେରାଙ୍କ ସମର୍ଥକ ମାନେ ବାଲିପାଟଣା ଛକରେ ବିରୋଧ ପ୍ରଦର୍ଶନ କରିବା ସହ ଅରବିନ୍ଦ ଢାଲିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ରାଲିରେ ଆସି ଅରବିନ୍ଧ ଢାଲି ହଟାଅ ଜୟଦେହ ବଞ୍ଚାଅ ନାରାବାଜି ସହ ଆଗକୁ ତାଙ୍କୁ କୌଣସି ପଞ୍ଚାୟତରେ ପୂରାଇ ଦିଆଯିବନି ବୋଲି ଚେତାବନୀ ଶୁଣାଇଛନ୍ତି ।  ଅନ୍ଯତମ ଆଶାୟୀ ବସନ୍ତ ନାୟକ ମଧ୍ଯ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୪ରେ ବସନ୍ତଙ୍କୁ ଦଳ ଟିକେଟ ଦେଇଥିଲା । ୨୦୨୪ରେ ବିଧାୟକ ଭାବେ ଲଢିବା ପାଇଁ ସେ ପ୍ରସ୍ତୁତ ହୋଇସାରିଥିଲେ । ୩୦ ବର୍ଷ ଧରି ଦଳ ପାଇଁ ପରିଶ୍ରମ କରିବା ପରେ ବି ଦଳ ତ୍ଯାଗକୁ ବୁଝିନଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳକୁ ଏଥିପାଇଁ ମୂଲ୍ଯ ଦେବାକୁ ପଡ଼ିବ ବୋଲି ବସନ୍ତଙ୍କ ସମର୍ଥଙ୍କ ଚେତାବନୀ ଦେଇଛନ୍ତି ।