ବିଜେପି ଛାଡ଼ି ବିଜେଡିରେ ମିଶିଲେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଜଗଦୀଶ ବିଶ୍ବାଳ

1 min read

ଭୁବନେଶ୍ୱର: ବିଜୁ ଜନତା ଦଳର ମିଶ୍ରଣ ପର୍ବ । ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ଏହି ମିଶ୍ରଣ ପର୍ବ । ବିଜେପି ଛାଡ଼ି BJDରେ ମିଶିଲେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଜଗଦୀଶ ବିଶ୍ବାଳ । ବିଜେଡି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ତାଙ୍କୁ ସ୍ବାଗତ କରାଯାଇଛି । ଜଗଦୀଶଙ୍କ ବିଜେଡ଼ିରେ ଯୋଗ ଦାନ ପରେ ପଶ୍ଚିମ ଓଡ଼ିଶାରେ ବିଜେଡି ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ସମ୍ବଲପୁର ବାସିନ୍ଦା ଜଗଦୀଶ ବିଶ୍ୱାଳ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଘ ସହ ଜଡ଼ିତ ।

ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ BJDରେ ସାମିଲ ହୋଇଥିବା କହିଛନ୍ତି ଜଗଦୀଶ । ବିଜେଡ଼ିରେ ତାଙ୍କୁ ସାମିଲ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମିଶନ ଶକ୍ତି ଦ୍ୱାରା ମହିଳାଙ୍କ ସଶକ୍ତ ହୋଇଛନ୍ତି । BSKY କାର୍ଡ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାଦ୍ବାର ଗରିବ ଲୋକ ମାଗଣାରେ ବ୍ୟୟବହୁଳ ଚିକିତ୍ସାର ସୁବିଧା ପାଇପାରୁଛନ୍ତି । 5T ସ୍କୁଲ ରୂପାନ୍ତରଣ, କ୍ରୀଡାରେ ବିକାଶକୁ ପ୍ରଶଂସା କଲେ ଜଗଦୀଶ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କୁ ପ୍ରଶଂସା କରିବା ସହ ବିଜୁ ଏକ୍ସପ୍ରେସ ଓ୍ୱେ ଦ୍ୱାରା ପଶ୍ଚିମ ଓଡ଼ିଶାର ବିକାଶ ହୋଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଗଦିଶ । NH କାମ ବିଳମ୍ବକୁ ନେଇ NHAI ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।