ବିଜେପି ନେତା ତେଜିନ୍ଦର ବଗ୍ଗାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ
1 min readନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ବଗ୍ଗାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ। ମୋହାଲି ପୋଲିସ ତେଜିନ୍ଦରଙ୍କ ବିରୋଧରେ ସାଇବର ସେଲରେ ଏତଲା ଦାୟର କରିଥିଲା। ଏହି ଘଟଣାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଣେ ବଗ୍ଗାଙ୍କୁ ଦିଲ୍ଲୀରୁ ପଞ୍ଜାବ ନିଆଯାଉଥିବା ବେଳେ ନିଆଯାଉଥିବା ହରିୟାଣାରେ ପୋଲିସ ଗାଡିକୁ ରୋକାଯାଇଛି ।
ଏନେଇ ଏକ ଟ୍ୱିଟ୍ କରିଛନ୍ତି ଆପ୍ ନେତା । ଏପରିକି ହରିୟାଣା ପୋଲିସ ପଞ୍ଜାବ ପୋଲିସକୁ କାମ କରିବାକୁ ଦେଉନାହିଁ ବୋଲି ମଧ୍ୟ ଅଭିଯୋଗ କରାଯାଇଛି।
लुच्चे-लफ़ंगो की पार्टी भाजपा नेता @TajinderBagga को पंजाब पुलिस ने गिरफ़्तार किया। मुख्यमंत्री अरविंद केजरीवाल जी को दिया था “जीने नही देंगे” की धमकी। pic.twitter.com/LzZmPVaDRQ
— Naresh Balyan (@AAPNareshBalyan) May 6, 2022
ସୂଚନା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ତେଜିନ୍ଦର ବଗ୍ଗା ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ବଗ୍ଗାଙ୍କ ବିରୋଧରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ନେଇ ଅଭିଯୋଗ ବି ହୋଇଥିଲା । ଦିଲ୍ଲୀ ସ୍ଥିତ ବାସଭବନରୁ ବଗ୍ଗାଙ୍କୁ ଗିରଫ କରାଯାଇଛି । ବଗ୍ଗାଙ୍କ ଗିରଫଦାରୀକୁ ବିଜେପି ଓ ପୂର୍ବତନ ଆପ୍ ନେତା କୁମାର ବିଶ୍ବାସ କଡା ସମାଲୋଚନା କରିଛନ୍ତି ।