ବିଜେଡିରେ ମିଶିଲେ ବିଜେପିର ହେଭିୱେଟ୍ ନେତା ଓ କର୍ମୀ

1 min read

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି।

ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ। ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ ମଧ୍ୟ ମିଶିଛନ୍ତି । ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ବି ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।  ଅନ୍ୟମାନଙ୍କ ମଧ୍ୟରେ ପଟାଙ୍ଗୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ପରି ନେତା ରହିଛନ୍ତି।

ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି,  ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ୨୦୦ରୁ ଅଧିକ କର୍ମୀ ଦଳରେ ସାମିଲ ହୋଇଛନ୍ତି । ୨୦୨୪ ନିର୍ବାଚନରେ ପୋଟାଙ୍ଗୀରେ ବିଜେଡି ସୁଦୃଢ ହେବ । ରାମ ଚନ୍ଦ୍ର ପାଙ୍ଗି କହିଛନ୍ତି ଯେ ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର ସଂଗଠନ କଲି । ବିଜେପି ସଂଗଠନ ନଥିଲା । ନିଜେ ଖର୍ଚ୍ଚ କରି ସଂଗଠନ କଲି । ମତେ କାଟିକି ନୂଆ ପ୍ରାର୍ଥୀ ଦେଲା ବିଜେପି । ଯାହା ଦୁଃଖ ଲାଗିଲା । ସବୁ ବୈଠକକୁ ବଏକଟ କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ନିର୍ମଳ ଭାବମୂର୍ତ୍ତି ସହ ମୋ ପୁତୁରା ପ୍ରଫୁଲ୍ଲ ପାଙ୍ଗିଙ୍କ ପରାମର୍ଶରେ ବିଜେଡିରେ ସାମିଲ ହେଲି ।

ସେହିପରି ଅଭିରାମ ହଁତାଲା କହିଛନ୍ତି, କଂଗ୍ରେସରେ କିଛି ମିଳିଲାନି । ଆମେ ବିଜେଡିରେ ମିଶି କାମ କରିବୁ ।

ବିଜେଡିରେ ମିଶିଲେ ନିମାପଡାର ଦିଲ୍ଲୀପ ନାୟକ । ନିରଞ୍ଜନ ମହାପାତ୍ର ଓ ମାନସ ପ୍ରଧାନଙ୍କ ସମେତ ଶତାଧିକ ନେତା ବି ସାମିଲ ହେଲେ । ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଆଜି ଅନୁଷ୍ଠାନିକ ଭାବେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ନୂତନ ଓଡ଼ିଶା ଗଢିବା ପାଇଁ ସାମିଲ ହୋଇଛନ୍ତି । ନିମାପଡା ଗୋପରେ  ସଂଗଠନ ଆହୁରି ବଢିବ । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା । ଦିଲ୍ଲୀପ ନାୟକ କହିଲେ, ବିଜେପିକୁ ସମୁଦ୍ରକୁ ଫିଙ୍ଗି ଶଙ୍ଖ ଧ୍ବନୀ ଦେଲୁ. ମୁଖ୍ୟମନ୍ତ୍ରୀଙ୍କୁ ବିକାଶ ଧାରାରେ ସାମିଲ ହୋଇ ଓଡ଼ିଶାକୁ ଏକ ନମ୍ବର କରିବା ।