ଜୁଏଲଙ୍କ ସପକ୍ଷରେ ବାହାରି ହଟହଟା ହେଲା ବିଜେପି ମହିଳା ମୋର୍ଚ୍ଚା

BJP Mahila Morcha Welcomes Trouble supporting Jual Oram

ରାଉରକେଲା: ଜୁଏଲଙ୍କ ସମର୍ଥନରେ ବାହାରି ହଟହଟା ହେଲା ବିଜେପି ମହିଳା ମୋର୍ଚ୍ଚା । ଯୁବତୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଫସିଛନ୍ତି ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ । ଆଉ ଜୁଏଲଙ୍କ ସପକ୍ଷରେ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ହଟହଟା ହୋଇଛନ୍ତି ବିଜେପି ନାରୀନେତ୍ରୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବିଜିପି ସାଂସଦ ଜୁଏଲ ଓରାମଙ୍କୁ ସୁରକ୍ଷା ଦେବାକୁ ଆସି ସାମ୍ବାଦିକଙ୍କ ପ୍ରଶ୍ନବାଣରେ ବିଜେପି ନାରୀ ନେତ୍ରୀମାନେ ଘାଇଲା ହୋଇଛନ୍ତି ।

BJP Mahila Morcha Welcomes Trouble supporting Jual Oram

ଗତ ୨୪ ତାରିଖରେ ଘଟଣା ଘଟିଥିବା ବେଳେ ୩୧ ତାରିଖରେ ସାମ୍ବାଦିକ ସମ୍ମିଳନୀ କ’ଣ ପାଇଁ ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ । ସାଂସଦ ଜୁଏଲ ଓରାମ ମୋବାଇଲ୍ ସୁଇଚ ଅଫ ରଖିଛନ୍ତି କ’ଣ ପାଇଁ ବୋଲି ସାମ୍ବାଦିକ କରିଥିଲେ ପ୍ରଶ୍ନ । ନାରୀନେତ୍ରୀମାନଙ୍କ ଉତ୍ତର ସାମ୍ବାଦିକମାନଙ୍କୁ ସନ୍ତୁଷ୍ଟ କରି ପାରିନଥିଲା । ବିଜେପି ସାଂସଦ ଜୁଏଲ ଓରାମଙ୍କ ନାଁରେ ଅଶାଳୀନ ଅଭିଯୋଗ କରି ଝିରପାଣି ଥାନାରେ ବିଜେପି ଯୁବନେତ୍ରୀ ଗୌରୀ ମୁଣ୍ଡାରୀ ଅଭିଯୋଗ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀମାନେ ଜର୍ଜ ତିର୍କୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ।

Leave a Reply