ଗୁଜରାଟରେ ଟିକେଟ ବଣ୍ଟାକୁ ନେଇ ବିଜେପିର ବିଦ୍ରୋହ

ଅହମ୍ମଦାବାଦ: ଗୁଜରାଟରେ ଟିକେଟ ବଣ୍ଟାକୁ ନେଇ ବିଦ୍ରୋହ । ବିଧାୟକ ଟିକେଟ ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ବିଜେପି ଦଳରେ ବ୍ୟାପିଛି ଅସନ୍ତୋଷ । ଭଦୋଦରା ଅନ୍ତର୍ଗତ ଓ୍ବାଘୋଦିଆ ବିଧାୟକ ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ ନମିଳିବା କାରଣରୁ ସେ ଦଳରୁ ଦେଇଛନ୍ତି ଇସ୍ତଫା । ତାଙ୍କୁ ଶ୍ରୀବାସ୍ତବ ମଧୁଭାଇ ବାବୁଭାଇ ବୋଲି ମଧ୍ୟ କର୍ମୀ ସମ୍ବୋଧିତ କରନ୍ତି ।

ଜଣେ ବିଲଡର ଭାବେ କାର୍ଯ୍ୟରତ ମଧୁ ଶ୍ରୀବାସ୍ତବ ୨୦୦୨ ଗୋଧ୍ରା ଦଙ୍ଗାବେଳେ ବେଷ୍ଟ ବେକରୀ ମାମଲାରେ ଅଭିଯୁକ୍ତ ଥିଲେ । ବେଷ୍ଟ ବେକରୀ ଲୋମହର୍ଷକ ଘଟଣାରେ ୧୮ ଜଣ ମୁସଲିମଙ୍କୁ ଜିଅନ୍ତା ପୋଡ଼ି ଦେଇଥିଲେ ଦଙ୍ଗାକାରୀ । ଏହା ସହ ବେଷ୍ଟବେକରୀ ମାମଲାରେ ପ୍ରମୁଖ ସାକ୍ଷୀ ଜାହିରା ଶେଖ ସହ ସାଲିସ କରିବା ଲାଗି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ୯ଟି ମାମଲା ରହିଛି ।