spot_img

Latest Posts

ଜନ ଅସନ୍ତୋଷ ତେଜିବା ପରେ ବିଜେପିର ପଶିଲା ଚେତା, ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ଆସିଲା ପ୍ରସ୍ତାବ

ଜନ ଅସନ୍ତୋଷ ତେଜିବା ପରେ ବିଜେପିର ପଶିଲା ଚେତା, ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ଆସିଲା ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର ପାଇଁ ଆସିଲା ପ୍ରସ୍ତାବ । ଦରମା ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ପରେ ବିଜେପି ବିଧାୟକ ଦଳ ବୈଠକରେ ହୋଇଥିଲା ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ଦ୍ଧିତ ଦରମା ନେବେନି ବୋଲି ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ । ଏହା ପରେ ବହୁ ବିଧାୟକ ଓ ପୂର୍ବତନ ବିଧାୟକ ବର୍ଦ୍ଧିତ ଦରମା ନନେବାକୁ ଘୋଷଣା ପରେ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅଣ୍ଟା ଭିଡିଛନ୍ତି ।

ଜନ ଅସନ୍ତୋଷର ନିଆଁକୁ ରୋକିବାକୁ ବିଜେପି ବିଧାୟକ  ବୈଠକରେ ନିଷ୍ପତ୍ତି । ଡିସେମ୍ବର ୯ରେ ବିଧାନସଭାରେ ପାରିତ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଧେୟକର ପୁନର୍ବିଚାର କରିବାକୁ ନିଷ୍ପତ୍ତି ନେଇଛି ଦଳ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଦାବି ପ୍ରସ୍ତାବ ଦେଇଛନ୍ତି । ବିଜେପି ସରକାର ବିଧାୟକଙ୍କ ଦରମା ୩ ଗୁଣ ବୃଦ୍ଧି କରିବା ସହ ଭତ୍ତା, ଫୋନ, ବିଜୁଳି ବିଲ, ଘରଭଡା ଆବଶ୍ୟକଠାରୁ ଅଧିକ ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା । ବିରୋଧୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେନି ବୋଲି ଘୋଷଣା ପରେ ଉଭୟ ଶାସକ ଓ ବିରୋଧୀ ଦଳର ଅନେକ ବିଧାୟକ ଦରମା ନନେବାକୁ କହିଥିଲେ । ତେଣୁ ବାଧ୍ୟ ହୋଇ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅଣ୍ଟା ଭିଡିଛନ୍ତି ।

ବିଧାୟକଙ୍କ ଦରମା ୩୫ ହଜାରରୁ ୯୦ ହଜାର ଟଙ୍କା ହୋଇଛି । ଭତ୍ତା ଓ ଆନୁଷ୍ଠାନିକ ଖର୍ଚ୍ଚକୁ ମିଶାଇ ଜଣେ ବିଧାୟକ ମାସିକ ୩ ଲକ୍ଷ ୪୫ ହଜାର ପାଇବେ । ଯାହା ପୂରା ଦେଶରେ ସର୍ବାଧିକ । ଯେଉଁଥିରେ ବିଧାୟକଙ୍କୁ ମାସିକ ଟେଲିଫୋନ ଭତ୍ତା ୫ରୁ ୧୫ ହଜାର, ବିଦ୍ୟୁତ ଖର୍ଚ୍ଚ ୫ରୁ ୨୦ ହଜାର, ବହି କିଣା ବାବଦକୁ ମାସିକ ୨ ହଜାର ପରିବର୍ତ୍ତେ ୧୦ ହଜାରକୁ ବୃଦ୍ଧି କରାଯାଇଛି । ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ବର୍ଦ୍ଧିତ ପେନସନ୍ ନେବେ ନାହଁ ବୋଲି ଘୋଷଣା ସହ ରାଜ୍ୟପାଳ ବିଧେୟକକୁ ଫେରାଇବାକୁ ଦାବି କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ୩ ଶ୍ରେଣୀର ଭତ୍ତାଧାରୀ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ ଅଛନ୍ତି । ସରକାରୀ ଚାକିରିଆ ଅବସର ପରେ ପେନସନ୍ ପାଉଛନ୍ତି । ଏହାସହ ସେମାନେ ସାଂସଦ କିମ୍ବା ବିଧାୟକ ହେଲେ ମଧ୍ୟ ଭତ୍ତା ନେଉଛନ୍ତି । ଅନ୍ୟ ଶ୍ରେଣୀରେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଭାବେ ୨ଟି ଭତ୍ତା ନେଉଛନ୍ତି । ଜଣେ ସଦସ୍ୟ ଏକାଧିକ ଭତ୍ତା ନେଇ ପାରିବେ ନାହିଁ ବୋଲି ନିୟମ ଥିବାରୁ ଏହାକୁ ସରାକାର କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି ।

ଏଣିକି ପ୍ରତି ୫ ବର୍ଷକୁ ଥରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ହେବା ନେଇ ବିଧେୟକ ପାରିତ ହୋଇଛି । ତେଣୁ ପୁନର୍ବିଚାର ସମୟରେ କ’ଣ ସଂଶୋଧନ ଆସିବ ରହିଛି ନଜର ।

Latest Posts

Don't Miss