ବୁଥ ଭିତରେ ହିଂସା ଆଚରଣ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ବାହାରିଲା ବିଜେପି

ଖୋର୍ଦ୍ଧା: ଚୋର ମୁହଁ ଟାଣ। ଗତ ୨୫ ତାରିଖରେ ବୁଥ ଭିତରେ ହିଂସା ଆଚରଣ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ବାହାରିଲା ବିଜେପି। ପ୍ରଶାନ୍ତଙ୍କୁ ଖଲାସ କରିବାକୁ ବିଜେପି କର୍ମୀ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଦାବି କରୁଛନ୍ତି। ବିଜେପି କର୍ମୀ ହଟ୍ଟଗୋଳ କରିବା ସହ ହିଂସା ଆଚରଣ କରୁଛନ୍ତି। ହିଂସାକାରୀଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛି ପୋଲିସ।

ପ୍ରିଜାଇଡିଂ ଅଫିସର ଓ ପୋଲିଂ ଏଜେଣ୍ଟଙ୍କୁ ପିଟିବା ସହ ଇଭିଏମ୍ ଭାଙ୍ଗିଥିଲେ ପ୍ରଶାନ୍ତ ଜଗଦ୍ଦେବ । ହିଂସାକାଣ୍ଡ ଘଟାଇବା ପରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଘଟଣାସ୍ଥଳରୁ ପ୍ରଶାନ୍ତ ଜଗଦ୍ଦେବ ଫେରାର ହୋଇଥିଲେ । ପରେ ଗୋଡ଼ାଇ ଗୋଡ଼ାଇ ବୋଲଗଡ଼ରୁ ପ୍ରଶାନ୍ତଙ୍କୁ ଧରିଥିଲା ପୋଲିସ।

ମହିଳା ଭୋଟରଙ୍କୁ ମଧ୍ୟ ଧମକ ଦେଇଥିଲେ। ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଛି। ଆଉ ଆଜି ଏହି ଗୁଣ୍ଡା ନେତାଙ୍କ ସପକ୍ଷରେ ବାହାରିଛି ବିଜେପି। ପୂର୍ବରୁ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ କରିଥିଲେ ପ୍ରଶାନ୍ତ। ତାଙ୍କ ବିରୋଧରେ ପୋଲିସ ଆଇପିସିର ଧାରା ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬ ଓ ୩୦୭ ଦଫାରେ ମାମଲା ରୁଜୁ କରି ଗିରଫ କରିଥିଲା।