EVMର ସୁରକ୍ଷା ଚାହୁଁନି କି ବିଜେପି ? ଷ୍ଟ୍ରଙ୍ଗରୁମ୍ ଆଗରେ ପୋଲିସକୁ ମାଡ଼ ମାରିଲେ ବିଜେପି କର୍ମୀ

BJP Supporters Attacks Police And Strong Room Employees Municipal Elections

ଭୁବନେଶ୍ୱର: ଭୋଟ୍ ଗଣତିକୁ ଆଉ ମାତ୍ର କେଇ ଘଣ୍ଟା ବାକି । ହାରିବା ଭୟରେ ଗୁଣ୍ଡାଗିରି ଆରମ୍ଭ କରିଛି ବିଜେପି । ବିଜେପି କର୍ମୀଙ୍କ ମାଡ଼ରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଲିଙ୍ଗରାଜ ଥାନା ଓ ଏୟାରପୋର୍ଟ ଥାନା ଆଇଆଇସିଙ୍କ ସମେତ ୮ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଷ୍ଟ୍ରଙ୍ଗରୁମ୍ ସହାୟତା କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରି ପକାଇଛନ୍ତି ବିଜେପି କର୍ମୀ ।

BJP Supporters Attacks Police And Strong Room Employees Municipal Elections

ସନ୍ଧ୍ୟାରେ ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ୍ ଆଗରେ ବିଜେପି କର୍ମୀ ପ୍ରଥମେ ହୋ ହଲ୍ଲା କରିଥିଲେ । ପରେ ପୋଲିସ ଓ ବିଏମସି କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରି ଉତ୍ତେଜନା ସୃଷ୍ଟି କରିଥିଲେ । ଡ୍ୟୁଟିରେ ଥିବା ଜଣେ ସହାୟକ ଆଇ କାର୍ଡ ପିନ୍ଧିଥିବା ସତ୍ତ୍ୱେ ବିଜେପି କର୍ମୀ ତାଙ୍କୁ ସନ୍ଦେହ କରି ସେହି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ବିଜେପି କର୍ମୀଙ୍କୁ ବୁଝାଇବାକୁ ଯାଇ ପୋଲିସ ନାକେଦମ୍ ହେବା ପରେ ଷ୍ଟ୍ରଙ୍ଗ ରୁମ୍‌ ଆଗରୁ ଭିଡ଼ ନିୟନ୍ତ୍ରଣ କରିବାକୁ ମୃଦୁ ଲାଠି ଚାଳନା କରିବାକୁ ବାଧ୍ୟ ହୋଇଥିଲା । ଏବେ ପୋଲିସ ଷ୍ଟ୍ରଙ୍ଗରୁମ୍ ଆଗରୁ ବିଜେପି କର୍ମୀଙ୍କୁ ହଟାଇଥିବା ବେଳେ ଭୁବନେଶ୍ୱର ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଷ୍ଟ୍ରଙ୍ଗରୁମ୍ ଆଗରୁ ଗହଳି ହଟିଥିବା ବେଳେ ଉତ୍ତେଜନା ଲାଗି ରହିଛି ।

BJP Supporters Attacks Police And Strong Room Employees Municipal Elections

ଷ୍ଟ୍ରଙ୍ଗ ରୁମରେ ଅନିୟମିତତା ଅଭିଯୋଗ କରିଥିଲେ ବିଜେପିର କର୍ପୋରେଟର ପାର୍ଥୀ ଓ ସମର୍ଥକ । ବିଜେପି କର୍ମୀଙ୍କ ଗହଳିକୁ ଦେଖି ପ୍ରଶାସନ ପ୍ରଥମେ ୩ ପ୍ଲାଟୁନ ଫୋର୍ସ ମୃତୟନ୍ କରିଥିଲା । ବିଜେପି ପ୍ରାର୍ଥୀଙ୍କ ଅଭିଯୋଗ ପରେ ପ୍ରଶାସନ ଷ୍ଟ୍ରଙ୍ଗ ରୁମକୁ ଭିତରକୁ ଅଭିଯୋଗ କରିଥିବା ପ୍ରାର୍ଥୀଙ୍କୁ ବି ନେଇଛନ୍ତି । ଏଡିଏମ୍ କହିଥିଲେ ଷ୍ଟ୍ରଙ୍ଗ ରୁମରେ କୌଣସି ଅନିୟମିତା ହୋଇ ନାହିଁ । ସିସିଟିଭି ମଧ୍ୟ ଠିକ୍ ରହିଛି, ସୁରକ୍ଷା ଭିତରେ ଇଭିଏମ୍ ରହିଛି । ସବୁକିଛି ଠିକ୍ ଥିବାବେଳେ ଭୋଟ୍ ଗଣତିକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବାବେଳେ ବିଜେପି ମାଡ଼ ମାରି ହିଂସାକାଣ୍ଡ ଭିଆଇଛି ।

ଏଥିସହ ପଢ଼ନ୍ତୁ: ‘ନିଜେ ହିଂସାର ତାଣ୍ଡବ ସୃଷ୍ଟି କରି ଏବେ ପାଲଟା ଅଭିଯୋଗରେ ବ୍ୟସ୍ତ ବିଜେପି’