spot_img

Latest Posts

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ । ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପିର ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚି ନିମନ୍ତ୍ରଣ କରିଛନ୍ତି। ବିଜେପିର ନିମନ୍ତ୍ରଣ ଗ୍ରହଣ କରି କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି ନବୀନ  ।

ଆସନ୍ତାକାଲି ବିଜେପିର ଶପଥ ସମାରୋହ ହେବ । ଭୁବନେଶ୍ୱରର ଜନତା ମୈଦାନରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ।

ସେହିପରି ନୂଆ ସରକାର ଶପଥ ଗ୍ରହଣ ଉତ୍ସବକୁ ଜଗନ୍ନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଛନ୍ତି ବିଜେପି ବିଧାୟକ ଟିମ। ଟିମରେ ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ, ପ୍ରଭାତୀ ପରିଡା, ଇରାଶିଷ ଆଚାର୍ଯ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରିଛନ୍ତି। ଜଗନ୍ନାଥଙ୍କ ଆଜ୍ଞାମାଳ ଆସିଲେ ଶପଥ ସମାରୋହ ହେବ ବୋଲି କହିଛନ୍ତି ବିଜେପି ନେତା।

Latest Posts

Don't Miss