ମାନବିକତା ହରେଇଲା ବିଜେପି, ରୋଗୀଙ୍କୁ ବି ଛାଡ଼ିଲାନି

ଜଗତସିଂହପୁର: ଧର୍ମଘଟ, ଧାରଣା ଓ ରାସ୍ତାରୋକ ନାଁରେ ବିଜେପି ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ସବୁ ସୀମା ଟପି ଗଲାଣି । ରାଜନୈତିକ ମାଇଲେଜ ନେବାକୁ ବିଜେପି ନେତା ଭୁଲି ଯାଉଛନ୍ତି ମାନବିକତା । ଏମିତି କି ଏମାନଙ୍କ ଦାଦାଗିରିରୁ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ରୋଗୀ ବି ତ୍ରାହି ପାଉନାହାନ୍ତି । ଜଗତସିଂହପୁରରେ ରାସ୍ତାରୋକ ନାଁରେ ବିଜେପି ନେତା ଓ କର୍ମୀ ଜଣେ ରୋଗୀଙ୍କୁ ଡାକ୍ତରଖାନା ଯିବାକୁ ଦେଇନାହାନ୍ତି ।

ଆଜି ଜଗତସିଂହପୁର ଡ଼ାକବଙ୍ଗଳା ଛକରେ ବିଜେପି ରାସ୍ତାରୋକ କରିଥିଲା । ଏହି ସମୟରେ ପ୍ରମିଳା ସାହୁ ନାମକ ଜଣେ ବୃଦ୍ଧା ଏକ ଅଟୋରେ ମେଡିକାଲ ଯାଉଥିଲେ । ତାଙ୍କ ମୁଣ୍ଡ ବୁଲାଇ ପକାଇବାରୁ ପ୍ରେସକ୍ରିପସନ୍ ଧରି ଯାଉଥିବା ବେଳେ ଡାକବଙ୍ଗଳା ଛକରେ ରାସ୍ତାରୋକ କରୁଥିବା ବିଜେପି କର୍ମୀ ତାଙ୍କ ବାଟ ଓଗାଳି ଥିଲେ । ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ବୃଦ୍ଧା ଓ ଅଟୋ ଡ୍ରାଇଭର ଯେତେ କାକୁତି ମିନତି ହେଲେ ବି ଏହି ହୃଦୟହୀନ କ୍ଷମତା ଲୋଭି ବିଜେପି ଦଳର ନେତା ଓ କର୍ମୀ ତାଙ୍କ କଥା ଶୁଣି ନଥିଲେ କି ମେଡ଼ିକାଲ ଯିବାକୁ ଦେଇ ନଥିଲେ । ଶେଷରେ ବାଧ୍ୟ ହୋଇ ଡ୍ରାଇଭର ଅଟୋକୁ ପଛକୁ ହଟାଇ ଥିଲେ ଓ ବୃଦ୍ଧାଙ୍କୁ ଡାକ୍ତରଖାନା ବଦଳରେ ଘରକୁ ଫେରିବାକୁ ପଡ଼ିଥିଲା ।

Leave a Reply