ଖବର ସଂଗ୍ରହ ବେଳେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ BJP କର୍ମୀଙ୍କ ଆକ୍ରମଣ

ଦେବଗଡ: ବିଜେପିର ଦେବଗଡ ବିଧାୟକ ଗିରଫ ହେବା ପରେ ଏବେ ବିଜେପି କର୍ମୀ ମଧ୍ୟ ହିଂସାତ୍ମକ ରାସ୍ତା ଧରିଛନ୍ତି। ବିଧାୟକଙ୍କ ଗିରଫ ପ୍ରତିବାଦରେ ଆଜି ଦେବଗଡ ବିଜେପି ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ଡାକରାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଖବର ସଂଗ୍ରହ ପାଇଁ ନନ୍ଦିଘୋଷ ଟିଭିର ସାମ୍ବାଦିକ ବ୍ରିଜେଶ ସାହୁ ଯାଇଥିବାବେଳେ ତାଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଛନ୍ତି।

ସାମ୍ବାଦିକଙ୍କୁ ବିଜେପି କର୍ମୀ ଆକ୍ରମଣ କରିବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଭୋକ ବିକଳରେ ତାଟିଆ କାମୁଡିବା ନ୍ୟାୟରେ ବନ୍ଦ ବିଫଳ ହେବା ଫଳରେ ବିଜେପି କର୍ମୀମାନେ ହିତାହିତ ଜ୍ଞାନ ହରାଇ ଏଭଳି କରିଥିବା ଚର୍ଚ୍ଚା ହେଉଛି।

ନନ୍ଦିଘୋଷ ଟିଭିର ପ୍ରତିନିଧିଙ୍କୁ ମାଡ଼ ମରା ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଦେବଗଡ଼ ବିଧାୟକଙ୍କ ମୁଖା ଖୋଲିଯିବା ଭୟରେ ରକ୍ତମୁଖା ହୋଇଛି ବିଜେପି । ବିପଦମୁଖୀ ଗଣତନ୍ତ୍ରର ନମୁନା ପ୍ରଦାନ କରିଛନ୍ତି ବିଜେପି କର୍ମୀ । ତାଙ୍କ ନେତା କର୍ତ୍ତବ୍ୟରତ ଅଫିସରଙ୍କୁ ମାଡ଼ ମାରିଥିଲେ । ବିଧାୟକ ଆଇନ ଜାଲରେ ପଡ଼ିବା ପରେ କର୍ମୀ ହିଂସା ରାସ୍ତା ଆପଣାଇଛନ୍ତି । ବିଜେଡି ସରକାରରେ କିନ୍ତୁ ହିଂସାର ସ୍ଥାନ ନାହିଁ । ଯିଏ ଦୋଷୀ ସିଏ ଉପଯୁକ୍ତ ଦଣ୍ଡ ପାଇବ । ଏହାସହ ବିଜେପି ଗୁଣ୍ଡାଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି ଲେନିନ ମହାନ୍ତି ।