ଧାମନଗରରେ ଭାରତ ସଙ୍କଳ୍ପ ଯାତ୍ରା ବିବାଦରେ ବିଜେପି କର୍ମିମାନେ ସଂପୃକ୍ତ

ଧାମନଗର : ବୁଧବାର ଧାମନଗରରେ ଭାରତ ସଙ୍କଳ୍ପ ଯାତ୍ରା ସମୟରେ ହୋଇଥିବା ବିବାଦରେ ବିଜେପି କର୍ମୀମାନେ ସଂପୃକ୍ତ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ନିର୍ବାଚନମଣ୍ଡଳିର ସବୁ ସରପଞ୍ଚ ଓ ସ୍ଥାନୀୟ ଲୋକେ । ଭାରତ ସଙ୍କଳ୍ପ ଯାତ୍ରା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ସ୍ଥାନୀୟ ଜନପ୍ରତିନିଧୀମାନେ ସାମିଲ ହେଉଛନ୍ତି । କିନ୍ତୁ ଆରମ୍ଭରୁ ଏହି ଯାତ୍ରା ସମୟରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳରେ ସରପଞ୍ଚମାନେ ଭୟଭିତ ହୋଇପଡିଛନ୍ତି । ଏନେଇ ସେମାନେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚମାନେ ଅଭିଯୋଗ କରିଛନ୍ତି ଯେ, ଧାମନଗରର ବିଧାୟକ ଭାରତ ସଙ୍କଳ୍ପ ଯାତ୍ରାକୁ ରାଜନୀତିକରଣ କରିଦେଇଛନ୍ତି ।

ସଙ୍କଳ୍ପ ଯାତ୍ରା ଧାମନଗର ଚୁଡାକୁଟି ପଞ୍ଚାୟତ କାର୍ଯାଳୟ ପରିସର ବଦଳରେ ମେଳଣ ପଡିଆରେ କରାଯାଇଥିଲା। ଦଳୀୟ ଭିତ୍ତିରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସବୁ ବିଜେପି କର୍ମୀ ଯୋଗଦେଇଥିଲେ । ଯାତ୍ରାରେ ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାରେ ସାମିଲ କରିବାକୁ ପଂଜିକରଣ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ପଂଜିକରଣ ପରିବର୍ତ୍ତେ ଏଲିଡି ମାଧ୍ୟମରେ ଭିଡିଓ ସୋ କରାଯାଇଥିବାରୁ ଉପସ୍ଥିତ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଭଙ୍ଗାରୁଜା ହୋଇଥିଲା ବୋଲି ସେମାନେ କହିଛନ୍ତି ।