ବିଜେପିର ଗୁଣ୍ଡାଗିରି: ପଞ୍ଚାୟତରେ ପଶି ମାଡ ମାରିଲେ, ରାସନ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ଯାଗରେ ନିଆଁ ଲଗାଇଦେଲେ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ବିଜେପିର ଗୁଣ୍ଡାଗିରି । ପଞ୍ଚାୟତରେ ପଶି ଯୋଗାଣ ସହାୟକଙ୍କୁ ମାଡ ମାରିଲେ, ରାସନ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ଯାଗରେ ନିଆଁ ଲଗାଇଦେଲେ । ଖଲ୍ଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତରେ ବିଜେପି ନେତା ଓ କର୍ମୀଙ୍କ ଏଭଳି ଦାଦାଗିରି ଦେଖିବାକୁ ମିଳିଛି । ରାସନ କାର୍ଡ ହିତାଧିକାରୀଙ୍କୁ ବ୍ଯାଗ ବଣ୍ଟନ ସମୟରେ ବିଜେପି ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶୀନି , ବିଜେପି ଜିଲ୍ଲା ସାଧାରଣ ସଂପାଦକ ଅନିଲ କୁମାର ପଣ୍ଡା ,ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଯଜ୍ଞାନାରାୟଣ ଦାସଙ୍କ ସହ କର୍ମୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପଶି ଯୋଗାଣ ସହାୟକ ଶଙ୍କର ନାୟକଙ୍କୁ ମାଡ଼ ମାରିଥିଲେ । ବ୍ଯାଗ ବଣ୍ଟନ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ଯ ଦେଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଭିତରୁ କିଛି ବ୍ଯାଗ ବଣ୍ଡଲକୁ ନେଇ ଜାଳି ଦେଇଥିଲେ ବିଜେପି ନେତା । ଲୋକମାନେ ଭୟରେ ଦୌଡ଼ି ପଳାଇଥିବାବେଳେ ଯୋଗାଣ ସହାୟକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।