କଂଗ୍ରେସ ଠାରୁ ୫ ଗୁଣା ବଢ଼ିଛି ବିଜେପିର ଆୟ

1 min read
BJP's income rises 50% in FY20, over five times of Congress

ନୂଆଦିଲ୍ଲୀ: କ୍ଷମତାକୁ ଆସିବା ପରେ ଆଖିଦୃଶିଆ ବଢ଼ିଛି ବିଜେପିର ଆୟ । ଅନ୍ୟ ୪-୫ ଜାତୀୟ ଦଳର ଆୟର ମିଶ୍ରଣଠାରୁ ୩-୪ଗୁଣା ଅଧିକ ଆୟ କରିଛି ବିଜେପି । ଆୟ ବଢ଼ିବା ସାଙ୍ଗକୁ ଦଳର ବ୍ୟୟ ବି ବଢ଼ିଛି । ୨୦୧୮-୧୯ର  ତୁଳନାରେ ୨୦୧୯-୨୦ରେ ବିଜେପିର ଉଭୟ ଆୟ ଓ ବ୍ୟୟ ବୃଦ୍ଧି ପାଇଛି । ଆୟ ୫୦ ପ୍ରତିଶତ ବଢ଼ିଥିବା ବେଳେ ଓ ୬୪ ପ୍ରତିଶତ ଅଧିକ ଖର୍ଚ୍ଚ କରିଛି ଶାସକ ଭାରତୀୟ ଜନତା ପାର୍ଟି ।

BJP's income rises 50% in FY20, over five times of Congress

ନିର୍ବାଚନୀ ବର୍ଷ ୨୦୧୯-୨୦ରେ  ୫୦ ପ୍ରତିଶତ ବଢ଼ିଛି ବିଜେପିର ଆୟ । ୨୦୧୮-୧୯ରେ ଦଳର ଆୟ ୨ ହଜାର ୪୧୦ କୋଟି ଥିବା ବେଳେ ୨୦୧୯-୨୦ରେ ଏହା ୩ ହଜାର ୬୨୩ କୋଟି ହୋଇଛି । ସେହିପରି ଦଳର ଖର୍ଚ୍ଚ ମଧ୍ୟ ନିର୍ବାଚନୀ ବର୍ଷରେ ଢ଼େର ବଢ଼ିଛି । ପୂର୍ବବର୍ଷ ଏକ ହଜାର ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ଏହା ୬୪ ପ୍ରତିଶତ ବୃଦ୍ଧି ପାଇ ୧,୬୫୧ କୋଟି ହୋଇଛି । ବାର୍ଷିକ ଅଡିଟ୍ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୧୯-୨୦ ବର୍ଷ ପାଇଁ ନିର୍ବାଚନ କମିଶନ ପକ୍ଷରୁ କରାଯାଇଥିବା ଅଡିଟରେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

BJP's income rises 50% in FY20, over five times of Congress

୨୦୧୯-୨୦ରେ କଂଗ୍ରେସର ଆୟ ୬୮୨ କୋଟି ରହିଥିବା ବେଳେ ବିଜେପିର ଆୟ କଂଗ୍ରେସଠାରୁ ୫.୩ ଗୁଣା ଅଧିକ ହୋଇଛି । ୨୦୧୯ ଆର୍ଥିକ ବର୍ଷରେ କଂଗ୍ରେସର ଆୟ ୧୭% ହ୍ରାସ ପାଇଛି । ସେହିଭଳି ମମତା ବାନାର୍ଜୀଙ୍କ ଟିଏମସି ୧୦୦.୪୬ କୋଟି, ଶରଦ ପାୱାରଙ୍କ ଏନସିପି ୨୯.୨୫ କୋଟି, ଶିବସେନା ୪୧ କୋଟି, ଡିଏମକେ ୪୫ କୋଟି, ଆରଜେଡି ୨.୫ କୋଟି ଓ ଅରବିନ୍ଦ କେଜରିୱାଲଙ୍କ ଆପ୍ ୧୮ କୋଟି ଟଙ୍କା ନିର୍ବାଚନୀ ବଣ୍ଡରୁ ପାଇଛନ୍ତି ।

Leave a Reply