ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା : ତଥ୍ୟ ଉଦ୍ଧାର ପାଇଁ ଆମେରିକା ଯିବ ବ୍ଲାକବକ୍ସ

1 min read

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା। ଉଦ୍ଧାର ବ୍ଲାକବକ୍ସ ନଷ୍ଟ ହୋଇଯାଇଥିବା ସୂଚନା। ବ୍ଲାକବକ୍ସ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିରୁ ତତ୍ୟ ଉଦ୍ଧାର କାରାଯାଇପାରୁନାହିଁ। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନର୍ ବିମାନର ବ୍ଲାକ୍ ବକ୍ସ କ୍ଷତିଗ୍ରସ୍ତ ହୋଇଛି । ତଥ୍ୟ ଉଦ୍ଧାର ଲାଗି ଏହାକୁ ଆମେରିକା ପଠାଯାଇପାରେ ବୋଲି ଜଣାପଡିଛି। ତେବେ ସରକାର ଶେଷ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି। ବ୍ଲାକ୍ ବକ୍ସ ପ୍ରକୃତରେ ଦୁଇଟି ଉପକରଣ କକପିଟ୍ ଭଏସ୍ ରେକର୍ଡର୍ ବା CVR ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ ବା FDRକୁ ନେଇ ଗଠିତ। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରୁ ଉଦ୍ଧାର ହୋଇଥିବା ବ୍ଲାକ୍ ବକ୍ସକୁ ଯାଞ୍ଚ ପାଇଁ ୱାଶିଂଟନ୍ ଡିସିର ଜାତୀୟ ପରିବହନ ସୁରକ୍ଷା ବୋର୍ଡକୁ ପଠାଯାଇପାରେ। ବ୍ଲାକ୍ ବକ୍ସକୁ ଆମେରିକା ପଠାଗଲେ ସମସ୍ତ ପ୍ରୋଟୋକଲ୍ ପାଳନ କରାଯାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ବ୍ଲାକ୍ ବକ୍ସ ସହିତ ରହିବେ।

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ AI171 ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅପରାହ୍ନ  ଗୋଟାଏ ୪୦ ମିନିଟରେ ମେଘାନୀ ନଗର ଅଞ୍ଚଳର ଏକ ମେଡିକାଲ କଲେଜ ହଷ୍ଟେଲ ପରିସରରେ ବିମାନଟି ଖସିପଡ଼ିବା ପରେ ଏଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ବିମାନରେ ଥିବା 242 ଜଣଙ୍କ ମଧ୍ୟରୁ କେବଳ ଜଣେ ବଞ୍ଚି ଯାଇଥିଲେ। ଦୁର୍ଘଟଣାର ୨୮ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରୁ ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଥିଲା। ବ୍ଲାକ୍ ବକ୍ସଗୁଡ଼ିକ ପ୍ରକୃତରେ ଉଜ୍ଜ୍ୱଳ ନାରଙ୍ଗୀ ରଙ୍ଗର। ଯାହା ସେମାନଙ୍କୁ ଭଗ୍ନାବଶେଷ ଏବଂ ଭଗ୍ନାବଶେଷ ମଧ୍ୟରୁ ଚିହ୍ନଟ କରିବାରେ ସୁବିଧା ହୋଇଥାଏ।