ବାଣପୁରରେ ୟୁରିଆ ସାରର କଳାବଜାରୀ : ଚଢା ଦରରେ ଚାଷୀଙ୍କୁ ବିକ୍ରୀ
1 min read
ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ୟୁରିଆ ସାରର କଳାବଜାରୀ ଦେଖାଦେଇଛି l ସରକାରୀ ନିୟମଙ୍କୁ ଖୁଲୁମ ଖୁଲା ଉଲଘଂନ କରି ୟୁରିଆ ଓ ଡିଏପି ସାରକୁ କଳାବଜାରୀ କରାଯାଉଥିବା ଅଭିଯୋଗ ହୋଇ ଆସୁଛି l ବିଭିନ୍ନ ସୋସାଇଟି ମାନଙ୍କରେ ସାର ଚଢା ଦରରେ ବିକ୍ରି ଚାଲିଥିବା ବେଳେ ୟୁରିଆ ସାର ସରକାରୀ ମୂଲ୍ୟ ଅନୁଯାଇ ୨ଶହ ୬୬ ଟଙ୍କା ୫୦ ପଇସାରେ ବିକ୍ରି ହେବାକଥା l କିନ୍ତୁ କେତେକ ସମବାୟ ସମିତି ୩୫୦ ରୁ ୫୫୦ ଦରରେ ଚାଷୀଙ୍କୁ ଦେଉଛନ୍ତି l ଅସାଧୁ ବ୍ୟବସାୟୀ ମାନେ ଖୋଲା ମାର୍କେଟରେ ୭୫୦ରୁ ୯୦୦ଟଙ୍କା ଦରରେ ବିକ୍ରି କରୁଛନ୍ତି l ତଥାପି ବଜାରରେ ଇୟୁରିଆ ସାର ମିଳୁନାହିଁ l ଏହି ସାର ଦୁର୍ନୀତି ପଛରେ କୃଷି ବିଭାଗର କିଛି ଅଧିକାରୀ ଏବଂ ସେବା ସମବାୟ ସମିତି ଅଧିକାରୀ ମାନଙ୍କ ସମ୍ପୃକ୍ତି ରହିଥିବା ନେଇ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି l ସାର କଳାବଜାରୀକୁ ରୋକିବା ସହିତ ଚାଷୀ ମାନଙ୍କ ପାଖରେ ଉଚିତ ମୂଲ୍ୟରେ ସାର ପହଞ୍ଚିବା ନେଇ ଦାବି ହୋଇଛି l ତେବେ ଚଳିତ ସପ୍ତାହରେ୨୨୨ ବସ୍ତା ଇୟୁରିଆ ସାର ଆସିଛି । ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିକୁ ଏହି ସମବାୟ ସମିତିରେ ୧୭୫୦ ଜଣ ଚାଷି ଥିବାବେଳେ l ୨୨୨ ବସ୍ତା କାହାରିକୁ ପାଇବ ନାହିଁ l ଯାହା ଫଳରେ ବଡନ୍ତୁଆଡ଼ ସେବା ସମବାୟ ସମିତିର ଅଧୀନରେ ଥିବା ସହସହ ଚାଷି ଇୟୁରିଆ ସାରପାଇଁ ଭୋର ପାଞ୍ଚଟାରୁ ବର୍ଷା ମାଡ଼ଖାଇ ଲମ୍ବା ଲାଇନରେ ଅଛନ୍ତି l ପ୍ରଶାସନ ସବୁ ଜାଣି ଶୁଣି ଚୁପ ବସିଛି ଥିବା ନେଇ ସାଧାରଣରେ ଆଲୋଚନା ଧରିଛି l