ଜିମ୍ ଭିତରେ ପଞ୍ଜାବୀ ଅଭିନେତାଙ୍କୁ ରକ୍ତାକ୍ତ ଆକ୍ରମଣ

ନୂଆଦିଲ୍ଲୀ: ଜିମ୍ ଭିତରେ ପଞ୍ଜାବୀ ଅଭିନେତାଙ୍କୁ ରକ୍ତାକ୍ତ ଆକ୍ରମଣ । ଆମେରିକାରେ ଅଭିନେତା ଅମନ ଧଲିଓ୍ୱାଲଙ୍କୁ ହୋଇଛି ଛୁରିମାଡ଼ । ଛୁରିମାଡ଼ର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଅମନ ଜିମ୍ ଭିତରେ ବ୍ୟାୟାମ କରୁଥିବାବେଳେ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ ଛୁରିମାଡ଼ କରିଥିଲା । ଛୁରିମାଡ଼ରେ ତାଙ୍କର ଶରୀର କ୍ଷତାକ୍ତ ହୋଇଛି । ଗ୍ରାଣ୍ଡ ଓକ୍ ଅନ୍ତର୍ଗତ ପ୍ଲାନେଟ ଫିଟନେସ ଜିମରେ ଘଟିଛି ଘଟଣା । ବହୁ ହିନ୍ଦି ଓ ପଞ୍ଜାବୀ ଫିଲ୍ମରେ ଅଭିନୟ କରିଥିବା ଅମନଙ୍କୁ ଚିକିତ୍ସା ଲାଗି ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ ।