କରୋନା କଟକଣାକୁ ଫୁ, ତଥ୍ୟ ଲୁଚାଇ ସିଲ୍‌ ହେଲା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବା ପାଇଁ ଓ କେଉଁଭଳି ଭାବେ ହସ୍ପିଟାଲ କାର୍ଯ୍ୟ କରିବେ ତାକୁ  ନେଇ କୋଭିଡ ଗାଇଡଲାଇନ ପୂର୍ବରୁ ଜାରି କରାଯାଇଛି । ରାଜ୍ୟ ମଧ୍ୟରେ କୋଭିଡ କଟକଣାକୁ ମାନିବା ପାଇଁ ସରକାରଙ୍କ ତରଫରୁ କଡ଼ା ନିୟମ ରହିଛି । କିନ୍ତୁ କିଛି ସମୟରେ ବିଭିନ୍ନ କ୍ଷେତ୍ରରେ ଏହାକୁ ଅବମାନନା କରାଯାଉଥିବେ ଦେଖାଯାଉଛି । ତେବେ ସରକାରୀ କୋଭିଡ 19 ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ ହେତୁ ବିଏମସି କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଚେଶ୍ୱର ସ୍ଥିତ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍କୁ ବୁଧବାର ବିଏମ୍‌ସି ତରଫରୁ ସିଲ କରାଯାଇଛି । ଗତ ୨୩ ତାରିଖରେ ଏହି ଡାକ୍ତରଖାନାରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କିନ୍ତୁ ଏ ସମ୍ପର୍କିତ ଗୁରତ୍ୱପୂର୍ଣ୍ଣ ସୂଚନା ଲୁଚାଇଥିଲା ହସ୍ପିଟାଲ । କରୋନା ସଂକ୍ରମିତଙ୍କ ବାବଦରେ  ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ହସ୍ପିଟାଲ ବାଧ୍ୟ । କିନ୍ତୁ କୁହାଯାଉଛି ଯେ, ହସ୍ପିଟାଲ ଏହି ୨୭ ରୋଗୀଙ୍କ ସମ୍ପର୍କରେ କୌଣସି ତଥ୍ୟ ସରକାରଙ୍କୁ ଦେଇନଥିଲା ।  । ଯେଉଁଥିପାଇଁ ଆଗକୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଉଛି । ତେବେ ବିଏମ୍‌ସି ତରଫରୁ ହସ୍ପିଟାଲକୁ  କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଏଣେ ରାଜ୍ୟରେ ଆଜି ପୁଣି ୨୮୨ ଜଣ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ହେଉଛି୨୬ ।

Leave a Reply