ଭୁବନେଶ୍ବର ପୂଜା ମଣ୍ଡପ ହେବ ପ୍ଲାଷ୍ଟିକ ମୁକ୍ତ: ଶାରଦୀୟ ପୂଜାକୁ ନେଇ ବିଏମସିର ଆଡଭାଇଜରୀ
1 min read
ଭୁବନେଶ୍ବର ପୂଜା ମଣ୍ଡପ ହେବ ପ୍ଲାଷ୍ଟିକ ମୁକ୍ତ । ଶାରଦୀୟ ପୂଜାକୁ ନେଇ ବିଏମସିର ଆଡଭାଇଜରୀ । ସହରର ୧୭୨ ମଣ୍ଡପରେ ପୂଜା ପାଇବେ ମାଆ । ସ୍ବଚ୍ଛ ପରିବେଶ ଓ ପାର୍କିଂ ଉପରେ ଗୁରୁତ୍ବ । ୨୫ ତାରିଖ ଶୁଦ୍ଧା କାମ ସାରିବାକୁ ଡେଡଲାଇନ୍ । ନିୟମ ମାନି କାମ କଲେ ଶ୍ରେଷ୍ଠ ମଣ୍ଡପକୁ ମିଳିବ ପୁରସ୍କାର । ମୂର୍ତ୍ତିରେ କୌଣସି ପ୍ଲାଷ୍ଟିକ ଆଭୁଷଣର ବ୍ୟବହାର କରାଯିବ ନାହିଁ । ମଣ୍ଡପ ନିକଟରେ ଓଦା ଓ ସୁଖିଲା ବର୍ଜ୍ୟ ଲାଗି ରହିବ ଅଲଗା ଡଷ୍ଟବିନ୍ । ସଂଗୃହୀତ ଆଳିଆକୁ ନେବ ସଫେଇ ଗାଡ଼ି । ପୂଜାରେ ବ୍ଯବହୃତ ଫୁଲରୁ ତିଆରି ହେବ ଧୂପକାଠି । ପ୍ରସାଦ ଇତ୍ୟାଦି ସେବନ ପାଇଁ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର ଉପରେ ଗୁରୁତ୍ବ । ବିଦ୍ୟୁତ୍ ସଂଯୋଗର ବୈଧତା ଓ ନିରାପତ୍ତା ରକ୍ଷା ଓ TPCODL ର ନିୟମ ମାନିବାକୁ ପରାମର୍ଶ । ମଣ୍ଡପର ନିରାପତା ଓ ସୁରକ୍ଷା ନିମନ୍ତେ ଆବଶ୍ୟକ ସଂଖ୍ୟକ ସିକ୍ୟୁରିଟି ମୁତୟନ ହେବେ । ବିଏମସି ଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀରେ ହେବ ମୂର୍ତି ବିସର୍ଜନ । ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ପାଇଁ ଆଖ ପାଖରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବେ ପୂଜା କମିଟି । ପୂଜା ପୂର୍ବରୁ ଏନେଇ ଆଡଭାଇଜରି ଜାରି କରିଛି ବିଏମସି ।
ରାସ୍ତା ମରାମତି, ଗଛ ଡାଳ କାଟିବା, ବିଦ୍ୟୁତ୍ ତାର ଓ ଖୁଣ୍ଟ ମରାମତି କାମ କରିବା, ଖାଲା ଥିବା ଡ୍ରେନ ଉପରେ ସ୍ଲାବ ପକାଇବା ଆଦି କାମ ପ୍ରାୟ ଶେଷ ହୋଇଛି । ହୋଇଯାଇଛି । ବାକିଥିବା କାମ ୨୫ ତାରିଖ ପୂର୍ବରୁ ସାରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ସମସ୍ତ ସ୍ବଚ୍ଛତା ନିୟମ ମାନିଲେ ଗୋଟିଏ ପେଣ୍ଡାଲକୁ ଶ୍ରେଷ୍ଠ ସ୍ବଚ୍ଛ ପେଣ୍ଡାଲ ଭାବେ ପୁରସ୍କୃତ କରାଯିବ ବୋଲି ମେୟର କହିଛନ୍ତି ।