କୋଭିଡ୍ ନିୟମ ଉଲ୍ଲଂଘନ, ପୁଣି ସିଲ୍ ହେଲା ବିଶାଲ ମଲ୍

BMC Enforcement Squad Again Sealed Vishal Mall

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ବି ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ବେଖାତିର୍ କରି ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ ମଲକୁ ସିଲ୍ କରିଥିଲା ବିଏମସି ।

ଏଥିସହ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ଉପରେ ପୁଣି ମହଙ୍ଗା ମାଡ଼, ତୈଳ ପରେ ବଢ଼ିଲା ଗ୍ୟାସ ଦାମ

ଅନ୍ୟପଟେ ଭୁବନେଶ୍ୱରରେ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବ ବିଏମସି । ଏଥିପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସଂଖ୍ୟା ବୃଦ୍ଧି କରାଯାଇଛି । ମାର୍କେଟ ବା ହାଟ ବଜାରକୁ ଯାନବାହନ ନେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତଥାପି ଅଧିକାଂଶ ଲୋକ ଗାଡ଼ି ଧରି ମାର୍କେଟ୍ ଯାଉଛନ୍ତି । ଗାଇଡଲାଇନ୍ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଧିକ ଜରିମାନା ଆଦାୟ ସହ ଯାନବାହନକୁ ଜବତ କରାଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

Leave a Reply