ରାଜସ୍ବ ଆଦାୟ ନେଇ ବିଏମସି କମିଶନରଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ବର: ରାଜଧାନୀରେ ବାସଗୃହ ନିର୍ମାଣ କରି ଯଦି ବ୍ୟବସାୟୀକ ଅନୁଷ୍ଠାନ ଭାବେ ବ୍ୟବହାର କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ସଠିକ୍ ସମୟରେ ହୋଲଡିଂ ଟ୍ୟାକ୍ସ, କମର୍ସିଆଲ ହୋଲଡିଂ ଟ୍ୟାକ୍ସ ନଦେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି । ରାଜସ୍ବ ଆଦାୟ ନେଇ ବିଏମସି କମିଶନରଙ୍କ କଡା ଆଭିମୁଖ୍ୟ । ଲୋକଙ୍କୁ ସଚେତନ କରିବାକୁ ଖୁବଶୀଘ୍ର ବୁଲିବ ରାଜସ୍ବ ରଥ ।

ରାଜସ୍ବ ଆଦାୟ ନେଇ ବିଏମସିର କଡ଼ା ଆଭିମୂଖ୍ୟ । ସମୟରେ ହୋଲଡିଂ, କମର୍ସିଆଲ ହୋଲଡିଂ ଟ୍ୟାକ୍ସ ନଦେଲେ କାର୍ଯ୍ୟାନିୁଷ୍ଠାନ । ଖୁବଶୀଘ୍ର ସଚେତନ ପାଇଁ ବୁଲୁବ ରାଜସ୍ବ ରଥ ।  ଭୁବନେଶ୍ବରରେ ବାସଗୃହ ନିର୍ମାଣ କରି ଯେଉଁମାନେ ହୋଲଡିଂ ଟ୍ୟାକ୍ସ, ବାଣିଜ୍ୟ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ ଟ୍ୟାକ୍ସ ଦେଉ ନାହାନ୍ତି ସେମାନଙ୍କ ବିରୋଧରେ କଡ଼ା ଆଭିମୂଖ୍ୟ ଗ୍ରହଣ କରିବ ବିଏମସି । ଏସବୁ ଘର ଗୁଡିକ ମାପି କମର୍ସିଆଲ ହୋଲଡିଂ ଟ୍ୟାକ୍ସ ଆଦାୟ କରିବ ବିଏମସି । ଯେଉଁ ଲୋକ ଟ୍ୟାକ୍ସ ଦେଉ ନାହାନ୍ତି ବା ଲୁଚୁଛନ୍ତି ସେମାନଙ୍କୁ ବାହାର କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ସବୁ ଓ୍ବାର୍ଡର କର୍ପୋରେଟ ଓ ଟାଟା ପାଓ୍ବାର ବିଦ୍ୟୁତ୍ ବିଲରୁ ମଧ୍ୟ ତଥ୍ୟ ଅଣାଯିବ । ଟ୍ୟାକ୍ସ ଆଦାୟ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ଲୋକଙ୍କୁ ସଚେତନ କରିବ ବିଏମସି । ଖୁବଶୀଘ୍ର ସହରରେ ବୁଲିବ ରାଜସ୍ବ ରଥ । ଏନେଇ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି କମିଶନର।

ରାଜସ୍ବ ଆଦାୟ ଓ ଏସମ୍ପର୍କୀତ ସର୍ବେକ୍ଷଣକୁ ନେଇ ବିଏମସି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ରାଜସ୍ବ ଆଦାୟ ଲକ୍ଷ ୧୧୫ କୋଟି ହୋଇଥିବାବାବେଳେ ଡିମାଣ୍ଡ ପ୍ରାୟ ୮୪ କୋଟି ରହିଛି । ଧାର୍ଯ୍ୟ ଲକ୍ଷର ୨୬ ପ୍ରତିଶତ ଆଦାୟ ହୋଇଥିବାବେଳେ ଡିମାଣ୍ଡର ୩୫ ପ୍ରତିଶତ ହୋଇଛି । ଲୋକଙ୍କୁ ସଚେତନ କଲେ ଅଧିକ ଟ୍ୟାକ୍ସ ଆଦାୟ ହୋଇପାରିବ ବୋଲି କହିଛନ୍ତି ରାଜଧାନୀବାସୀ ।