spot_img

Latest Posts

ଗଣେଶ ପୂଜା ପାଇଁ ଜାରି ହେଲା BMCର ଗାଇଡଲାଇନ୍‌, କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ଗଣେଶ ପୂଜା ପାଳନ ପାଇଁ ଜାରି ହୋଇଛି ବିଏମସିର ଗାଇଡଲାଇନ୍। ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ହୋଇଛି। ପୂଜା ଅବସରରେ ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ। କମିଶନରେଟ୍ ପୋଲିସର ଅନୁମତି ନେଇ ପୂଜା କମିଟିମାନେ କରୋନା କଟକଣା ମାନି ମଣ୍ଡପରେ ଗଣେଶ ପୂଜା ପରିଚାଳନା କରିପାରିବେ। କେବଳ ରୀତିନୀତିରେ ହେବ ପୂଜା। ପୂଜା ପେଣ୍ଡାଲକୁ ତିନି ପାର୍ଶ୍ୱରୁ ଆବଦ୍ଧ କରାଯିବ ଏବଂ ଗୋଟିଏ ପାର୍ଶ୍ୱର ଖୋଲା ରହିବ। ମୂର୍ତ୍ତି ଆକାର ୪ ଫୁଟରୁ କମ୍ ହେବା ଉଚିତ୍। ପୂଜା ସମୟରେ ୭ରୁ ଅଧିକ ବ୍ୟକ୍ତି ରହିପାରିବେନି। ସମସ୍ତଙ୍କୁ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି। ପୂଜାପାଠ ପାଳନ ପାଇଁ କେବଳ ଟିକା ଦିଆଯାଇଥିବା ଲୋକଙ୍କୁ ଅନୁମତି ଦିଆଯିବ। ମୂର୍ତ୍ତି ବିସର୍ଜନ ବିଏମସି ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀକୁ ବ୍ୟବହାର କରାଯିବ। ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶ ପୂଜା ସମୟରେ ଏହି ନିୟମ ପାଳନ କରାଯିବ। କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ରହିପାରିବେ। ପୂଜା ବେଳେ ଭୋଜି ବା ପ୍ରସାଦ ପ୍ରସ୍ତୁତ ସେବନ ଉପରେ କଟକଣା ଜାରି ହୋଇଛି।

Latest Posts

Don't Miss