ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

1 min read

ଭୁବନେଶ୍ୱର: ରାଜଧାନୀରେ ୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ପ୍ରଭାବିତ ହୋଇଛି ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ ଅଞ୍ଚଳ । ସଂକ୍ରମଣ ରୋକିବାକୁ ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ନିଷିଦ୍ଧାଞ୍ଚଳ ଘୋଷଣା କରିଛି । କରୋନା ପଜିଟିଭ କେଉଁ ସ୍ଥାନକୁ ଯାଇଛନ୍ତି ଓ କାହା ସହ ମିଶିଛନ୍ତି ସେ ସବୁର ଅନୁଧ୍ୟାନ କରାଯାଉଛି ।

ଜଣେ କରୋନା ଆକ୍ରାନ୍ତ ସତ୍ୟନଗର ତୋଷାଳି ଭବନ ସମ୍ମୁଖରେ ଥିବା ଓମଫେଡ ଷ୍ଟଲକୁ ଯାଇଥିବା ଜଣାପଡ଼ିଛି । ଏହାପରେ ଉକ୍ତ ଓମଫେଡ୍ ସିଲ୍ ସହ ସମ୍ପୃକ୍ତ ଅଞ୍ଚଳକୁ ବିଏମସି ସିଲ୍ କରିଛି । କରୋନା ସଂକ୍ରମିତ ଜଣଙ୍କ ଉକ୍ତ ସ୍ଥାନକୁ ଏକାଧିକ ଥର ଯାଇଥିବାରୁ ସିଲ୍ କରାଯାଇଥିବା ଜଣାପଡ଼ିଛି ।

ସଂକ୍ରମଣ ରୋକିବାକୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଏଥିସହ ୧୪ ଦିନ ମଧ୍ୟରେ ଉକ୍ତ ଓମଫେଡକୁ ଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କରୋନା ସଂକ୍ରମିତ କୌଣସି ଲକ୍ଷଣ ଦେଖାଦିଏ ତୁରନ୍ତ ୧୦୪ ନମ୍ବରରେ ଜଣାଇବାକୁ ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

Leave a Reply