କୁହୁଡ଼ି ପାଇଁ ମଝି ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡ଼ଙ୍ଗା
ଚିଲିକା: ଚିଲିକା ମଝିରେ ଫସିଲେ ୩୦ ଜଣ ଯାତ୍ରୀ । ଘନ କୁହୁଡ଼ି ଯୋଗୁଁ ଏଭଳି ଚିଲିକା ମଝିରେ ଫସିଥିବା ସୂଚନା । ଆଜି ସକାଳୁ ସାତପଡ଼ାରୁ ଜହ୍ନିକୁଦାକୁ ଯାଇଥିବା ଏକ ଯାତ୍ରୀବାହୀ ଡ଼ଙ୍ଗା କୁହୁଡ଼ି ଯୋଗୁଁ ଚିଲିକା ମଝିରେ ଫସିରହିଛି । ଡ଼ଙ୍ଗାରେ ୩୦ଜଣ ଯାତ୍ରୀଙ୍କ ସମେତ ୧୦ଟି ମୋଟର ସାଇକେଲ ରହିଛି । ଡ଼ଙ୍ଗାଟି ମହିସା ଗାଁ ନିକଟରେ ଚିଲିକା ମଝିରେ କୁହୁଡ଼ି ଯୋଗୁଁ ବାଟବଣା ହୋଇ ଅଟକି ରହିଛି ।
Copy and paste this URL into your WordPress site to embed
Copy and paste this code into your site to embed