ବାସାଗୁଡା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ବିଜାପୁର: ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏନକାଉଣ୍ଟରରେ ଜଣେ ନକ୍ସଲ ଡେପୁଟି କମାଣ୍ଡରଙ୍କ ସମେତ ୬ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛତିଶଗଡ ବିଜାପୁର ନିକଟ ବାସାଗୁଡା ଜଙ୍ଗଲରେ କରାଯାଇଛି ଏନକାଉଣ୍ଟର। ଏନକାଉଣ୍ଟର ଶେଷ ହେବା ପରେ କୁମ୍ବିଂ ଅପରେସନ ଜାରି ରହିଛି।

ଡିଆରଜି, ସିଆରପିଏଫ ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ଏନକାଉଣ୍ଟର କରାଯାଇଛି। ନକ୍ସଲଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିବା ଜଣାପଡିଛି । ବାସାଗୁଡା ପୋଲିସ ଷ୍ଟେସନ ପରିସରର ଚିପୁରବଟ୍ଟୀ ଅଞ୍ଚଳରେ ତାଲପେରୁ ନଦୀ କୂଳରେ ଏହି ଏନକାଉଣ୍ଟର ହୋଇଥିବା ନେଇ କହିଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।