ମାଆର ମୃତ୍ୟୁ ସହିନପାରି ପୁଅର ଆତ୍ମହତ୍ୟା

ବଲାଙ୍ଗୀର: ମାଆର ମୃତ୍ୟୁ ସହିନପାରି ପୁଅର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ କାନୁଟ ଗାଁରେ । ଗ୍ୟାସ ସିଲିଣ୍ଡର ଫାଟି ଚିକିତ୍ସିତ ଅବସ୍ଥାରେ ଗତକାଲି ମାଳତୀ ମହାକୁରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇବା ପରେ ଶନିବାର ସକାଳୁ ମାଳତୀଙ୍କ ୧୯ ବର୍ଷର ପୁଅ ଦ୍ରୋଣ ମହାକୁର ଆତ୍ମହତ୍ୟା କରିଛନ୍ତି । ମାଆ ପୁଅଙ୍କ ମୃତ୍ୟୁ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ମାଆ ମାଳତୀ ମହାକୁର ଗ୍ୟାସ ବିସ୍ଫୋରଣ ରେ ଗୁରୁତର ହୋଇ ରାଉରକେଳା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫେବୃଆରୀ ୧୦ ତାରିଖରେ ଭାନୁମତି ଅଦା ବରିହାଙ୍କ ଘରକୁ ଟିଭି ଦେଖିବା ପାଇଁ ଯାଇଥିଲେ ମାଳତୀ ମହାକୁର ।  ସେତେବେଳେ ହୋଇଥିଲା ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଯେଉଁଥିରେ ମାଳତୀ ମହାକୁରଙ୍କ ସମେତ ଭାନୁମତି, ଅଦା ବରିହା , ମହେଶ୍ୱର ଅଦା ବରିହା, ଭୈରବୀ ଅଦା ବରିହଙ୍କ ସମେତ ୬ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ପାଟଣାଗଡ଼ ପରେ ବଲାଙ୍ଗିର ଓ ଶେଷରେ ରାଉରକେଲା ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଭାନୁମତି  ୧୨ ତାରିଖରେ ଆଖି ବୁଜିଥିଲେ । ୧୬ ତାରିଖରେ ମହେଶ୍ବର, ଭୈରବୀ ଓ ମାଳତୀ ଙ୍କ ଜୀବନ ବି  ଚାଲି ଯାଇଥିଲା ।ଶୁକ୍ରବାର ମାଆକୁ ଦେଖିବା ପାଇଁ ରାଉରକେଲା ଯାଉଥିଲେ ଦ୍ରୋଣ । ହେଲେ ଅଧା ବାଟରୁ ଖବର ପାଇଲେ ମାଆଙ୍କ ମୃତ୍ଯୁ ହୋଇଛି । ଘରକୁ ଫେରିବା ପରେ ମାଆଙ୍କ ମୃତ୍ଯୁରେ ସେ ମ୍ରିୟମାଣ ହୋଇପଡ଼ିଥିଲେ । ଶେଷରେ ମାଆଙ୍କ ପନତକାନିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ୧୯ ବର୍ଷିୟ ଦ୍ରୋଣଙ୍କ ମୃ ଶବ ବ୍ୟବଚ୍ଛେଦ ପରେ ତାକୁ ସଂରକ୍ଷିତ କରି ରଖାଯାଇଛି । ଆସନ୍ତ କାଲି ମାଳତୀଙ୍କ ମୃତଦେହ ପହଞ୍ଚିବା ପରେ ମାଆ ପୁଅଙ୍କ ଜୁଇ ଏକା ସଙ୍ଗେ ଜଳିବ ।