ଗାଁକୁ ନାହିଁ ଭଲ ରାସ୍ତା

ତୁରେକେଲା: ସରକାର ଗ୍ରାମଂଚଳର ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଗାଁ ମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ତିଆରି କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରିଙ୍କ ଅବହେଳା ଯୋଗୁ ସରକାରଙ୍କ ଯୋଜନା ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହୋଇଛି । ତୁରେକେଲା ବ୍ଲକ କୁଇବାହାଲ ପଂଚାୟତ ଲାମିଠୁଟା ଗାଁରେ ରହିଛି ଅନେକ ସମସ୍ୟା । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଏହାର ସମଧାନ ହୋଇପାରୁନାହିଁ ।

ଗାଁ କୁ ନାହିଁ ଭଲ ରାସ୍ତା । ଘଞ୍ଚ ଅରଣ୍ୟ ମଧ୍ୟରେ ପାଦଚଲା ବାଟ ଦେଇ ଯାତାୟତ କରୁଛନ୍ତି ଲୋକ । ପାଦେ ପାଦେକେ ବିପଦ । ରାସ୍ତା ସମସ୍ୟାରେ ଜୁଝି ହେଉଛନ୍ତି ଗ୍ରାମବାସୀ । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ରାଜ୍ୟସରକାରଙ୍କ ଜନହିତକାରୀ ଯୋଜନା ଫଳପ୍ରଦ ହେଉନଥିବା ଅଭିଯୋଗ ହୋଇଛି । କେବଳ ଏହି ଗୋଟିଏ ନୁହଁ ଅନେକ ସମସ୍ୟା ଭିତରେ ନିଜ ଜୀବନ କାଳାତିପାତ କରୁଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଲାମିଠୁଟା ଗ୍ରାମବାସୀ । ଗାଁରେ ପ୍ରାୟ ୨୫ ଘର ଆଦିବାସୀ ଓ ବିଭିନ୍ନ  ସମ୍ପ୍ରଦାୟ ଲୋକ ବସବାସ କରନ୍ତି । ଗାଁରେ ସ୍କୁଲ କି ପାଣି ପାଇଁ ସୁବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଅନେକ ସମୟରେ ଗର୍ଭବତୀ ମହିଳା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।