spot_img

Latest Posts

ବଲାଙ୍ଗୀରରେ ଉତ୍କଟ ପାନୀୟ ଜଳ ସଂଙ୍କଟ

ନନ୍ଦିଘୋଷ ବ୍ୟୁରୋ: ଉପକୂଳରୁ ଉପାନ୍ତ ସବୁଠି ଦେଖାଦେଲାଣି ଜଳକଷ୍ଟ । ପାଣି ଟୋପାଏ ପାଇଁ କିଏ ନଦୀ ନାଳ ଉପରେ ନିର୍ଭର କରୁଛନ୍ତି ତ କିଏ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଏବେ ଜଳକଷ୍ଟ ଭୋଗୁଛନ୍ତି ବଲାଙ୍ଗୀରବାସୀ । ଠିକ ଭାବେ ପାନୀୟ ଜଳ ଯୋଗାଣ ହେଉନଥିବା ବେଳେ ନଳକୂପ ମଧ୍ୟ ଅଚଳ ହୋଇପଡିଛି । କୂଅ ପାଣି ପିଇ ନାନାଦି ରୋଗର ଶିକାର ହେଉଛନ୍ତି ଲୋକେ ।

ବଲାଙ୍ଗୀରରେ ଉତ୍କଟ ପାନୀୟ ଜଳ ସଂଙ୍କଟ । ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ଟୋପାଏ ପାଣି ପାଇଁ ଆଉଟୁ ପାଉଟୁ ଲୋକେ । ପାନୀୟ ଜଳ ଯୋଗାଇବାରେ ବିଫଳ ସରକାର । ବଲାଙ୍ଗୀର ସହରର ବରପାଲିପଡା, ତାଳପାଲିପଡା, ସାଲେପାଲି, ଇନ୍ଦିରା ନଗର, କଦମପଡା ଓ କଂସାରୀ ପଡାରେ ପାନୀୟ ଜଳର ଉତ୍କଟ ଅଭାବ। ପାଣି ପାଇଁ ଲୋକଙ୍କ ମଧ୍ୟରେ ହାହାକାର। ଅଭିଯୋଗ  ଉପରେ ଅଭିଯୋଗ ହେଲେ ବି ଜିଲ୍ଲା ପ୍ରଶାସନର ତିଳେ ମାତ୍ର ଧ୍ୟାନ ଦେଉନି। ପମ୍ପ ଖରାପ ଅଛି, କାମ ଚାଲିଛି କହି ନିଜ ଉତ୍ତର ଦାୟିତ୍ଵ ସାରି ଦେଉଛି ଜନସ୍ୱାସ୍ଥ୍ୟ ବିଭାଗ। ବାଧ୍ୟ ହୋଇ ଲୋକେ ଦୂଷିତ ପାଣି ପିଉଥିବାରୁ ନାନାଦି ରୋଗର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ମହିଳା ।

ପାନୀୟ ଜଳ ସମସ୍ୟା ସଂପର୍କରେ ଜନସ୍ଵାସ୍ଥ୍ୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ନ ଦେଇ କାମ ଚାଲୁଥିବା କହିଛନ୍ତି । ଅନ୍ୟ ପଟେ ଜଳ ସଂକଟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବଲାଙ୍ଗୀର ବିଧାୟକ । ବିଜେଡି ସରକାରରେ ଲୋକଙ୍କ ହିତ ପାଇଁ ପ୍ରଶାସନ କାମ କରୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବଲାଙ୍ଗୀର ଜିଲ୍ଲାକୁ ପ୍ରାଧାନ୍ଯ ଦେଉଥିଲେ । ହେଲେ ନୂଆ ସରକାର ଆସିବା ପରେ ବିକାଶ ବାଟ ହୁଡ଼ିଛି । କୌଣସି ନୂତନ ପ୍ରକଳ୍ପ କରୁନାହାନ୍ତି, ଯେଉଁ ପ୍ରକଳ୍ପଗୁଡିକ ହୋଇଥିଲା ତାହାକୁ ଅଚଳ କରି ଦିଆଯାଉଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି ବୋଲି ବିଧାୟକ ଅଭିଯୋଗ ଆଣିଛନ୍ତି । ୮୦ ଦଶକକୁ ଫେରିବ କି ବଲାଙ୍ଗୀର ? ଚାଲିଥିବା ପ୍ରକଳ୍ପକୁ କିଏ କରୁଛି ଅଚଳ  । ସହରରେ ପାନୀୟଜଳ ସଙ୍କଟ ପାଇଁ ଦାୟୀ କିଏ ?  କାମ ନାଁରେ ଠିକାଦାର ପୋଷାନୀତି ଚାଲିଥିବାରୁ ଦେଖାଦେଇଛି କି ଜଳସଂକଟ ?  ତାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

Latest Posts

Don't Miss