ନନ୍ଦିଘୋଷ ବ୍ୟୁରୋ: ନଭେମ୍ବର ମାସ ଆରମ୍ଭରୁ ବଲିଉଡ ଜଗତରୁ ଆସୁଛି ଦୁଃଖଦ ଖବର । ଏମିତି ଲାଗୁଛି ଯେମିତି କାହାର ନଜର ଲାଗି ଯାଇଛି । କେବେ ଧର୍ମେନ୍ଦ୍ରଙ୍କୁ ନେଇ ଗୁଜବ ପ୍ରଚାର କରାଯାଉଛି ତ ଆଉ କେତେବେଳେ ମେଡିକାଲରେ ଆଡମିଟ୍ ହୋଇଛନ୍ତି ଗୋବିନ୍ଦା । ଯଦିଓ ଶେଷ ଖବର ସୁଦ୍ଧା ଗୋବିନ୍ଦା ଏବଂ ଧର୍ମେନ୍ଦ୍ର ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ତଥାପି ପ୍ରେମ ଚୋପ୍ରା ଏବଂ ଜିତେନ୍ଦ୍ର ସ୍ବାସ୍ଥ୍ୟବସ୍ଥାକୁ ନେଇ ପୁଣି ଖବର ଆସିଛି ।
ତିନିଦିନ ତଳେ ମେଡିକାଲରେ ଆଡମିଟ୍ ହୋଇଥିଲେ ଧର୍ମେନ୍ଦ୍ର ବୟସାଧିକ ହୋଇଥିବାରୁ ସେ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହୋଇଥିଲା । ଏପରିକି ଧର୍ମନ୍ଦ୍ରଙ୍କ ପରଲୋକ ହୋଇଥିବା ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା । ଏବେ କିନ୍ତୁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ସେପଟେ ଗୋବିନ୍ଦା ମଙ୍ଗଳବାର ରାତିରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ହେବା ପରେ ଏବେ ସେ ଡିସଚାର୍ଜ ହୋଇଛନ୍ତି ।
ନଭେମ୍ବର ୧୦ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପ୍ରେମ ଚୋପ୍ରା । ଭାଇରାଲ ସଂକ୍ରମଣ ଏବଂ ହୃଦରୋଗ ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ସେ ମଧ୍ୟ ଡିସଚାର୍ଜ ହେବେ ବୋଲି କୁହାଯାଉଛି । ଅନ୍ୟପଟେ ଜିତେନ୍ଦ୍ର ନିକଟରେ ଏକ ସଭାରେ ଯୋଗ ଦେଇଥିବାବେଳେ ସେ ଝୁଣ୍ଟି ପଡ଼ିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ଫ୍ୟାନ୍ସମାନେ ବେଶ ଚିନ୍ତିତ ରହିଥିଲେ । ମାତ୍ର ପରେ ପୁଅ ତୁଷାର କପୁର ଏନେଇ ସୂଚନା ଦେଇଥିଲେ ।

