spot_img

Latest Posts

ଡ୍ରଗ୍ସ କେସରେ ଫସିଥିବା ଦୀପିକା ଆରମ୍ଭ କରିବେ ଶୁଟିଂ

ମୁମ୍ବାଇ: ବଲିଉଡ଼ ବ୍ୟୁଟିଙ୍କ ମଧ୍ୟରୁ ଦୀପିକା ପାଦୁକୋନଙ୍କୁ ମଧ୍ୟ ଏନସିବି ଡ୍ରଗ୍ସ କେସରେ ପଚରାଉଚରା କରିଥିଲା । ତେବେ ଡ୍ରଗ୍ସ ଲିଙ୍କ ନେଇ ଫସିଥିବା ଏହି ଅଭିନେତ୍ରୀ ପୁଣି ଥରେ ଫିଲ୍ମ ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନେକ ଦିନରୁ ମୁମ୍ବାଇରେ ଥିବା ଦୀପିକା ଗୋଆ ଯିବେ । କୁହାଯାଉଛି ଯେ ଏହି ପ୍ରକଳ୍ପ ଅସମ୍ପୂର୍ଣ୍ଣ ଛାଡି ଏହି ଅଭିନେତ୍ରୀ ଏନସିବି ଅନୁସନ୍ଧାନରେ ଯୋଗ ଦେଇଛନ୍ତି, ଏବେ ସେ ପୁଣି ଗୋଆକୁ ଯାଇ ସେହି ସମାନ ପ୍ରକଳ୍ପ ଶେଷ କରିବେ। ଯେଉଁ ପ୍ରୋଯେକ୍ଟ ଅଧାରୁ ଆସି ଅଭିନେତ୍ରୀ ଏନସିବି ଅନୁସନ୍ଧାନରେ ଯୋଗ ଦେଇଥିଲେ, ଏବେ ପୁଣି ସେହି ପ୍ରୋଯେକ୍ଟ ସାରିବାକୁ କରିବାକୁ ସେ ଗୋଆ ଯିବେ।

ରିପୋର୍ଟ ଅନୁସାରେ ଦୀପିକା ଗୋଆରେ ଶକୁନ୍ ବାତ୍ରାଙ୍କ ଫିଲ୍ମରେ କାମ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ଚାତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କ ନାଁ ସାମିଲ ଥିବାରୁ ଫିଲ୍ମ ସୁଟିଂ ଅଧାରୁ ସେ ମୁମ୍ବାଇ ଯାଇଥିଲେ। ସୂଚନାଯୋଗ୍ୟ ଯେ, ଦୀପିକାଙ୍କ ଅନୁପସ୍ଥିତିରେ ନିର୍ମାତାମାନେ ଅନନ୍ୟା ଏବଂ ସିଦ୍ଧାର୍ଥଙ୍କ ସହ ସୁଟିଂ ଜାରି ରଖିଥିଲେ। ଏବେ ଦୀପିକା ଫିଲ୍ମରେ ତାଙ୍କ ପାର୍ଟ ସବୁ ସୁଟିଂ କରିବାକୁ ଯାଉଛନ୍ତି ।

ଡ୍ରଗ୍ସ ମାମଲାରେ ଦୀପିକାଙ୍କର ଚାଟ୍ ପାଇଁ ଏନସିବି ତାଙ୍କୁ ପଚରାଉଚରା ପାଇଁ ଡାକିଥିଲା। ୨୦୧୭ ମସିହାରେ ଦୀପିକା ତାଙ୍କ ମ୍ୟାନେଜର କରିସ୍ମାଙ୍କଠାରୁ  “ମାଲ” ମଗେଇଥିଲେ । ସେହି ଚାଟରେ ସେ ଡ୍ରଗ୍ସ ବିଷୟରେ ଖୋଲାଖୋଲି କଥା ହୋଇଥିଲେ। ତେବେ ଦୀପିକାଙ୍କୁ ପଚରାଉଚରା ବେଳେ ସେ ସ୍ୱୀକାର କରିଥିଲେ ଯେ, ସେ ମଧ୍ୟ ସେହି ଚାଟ୍ ରେ ସାମିଲ ଥିଲେ । ଏହା ସହ ଦୀପିକାଙ୍କ ଫୋନ ମଧ୍ୟ ପଚରାଉଚରା ପରେ ଜବତ କରାଯାଇଛି । ଏନସିବି ଅନୁସାରେ, ଏପର୍ଯ୍ୟନ୍ତ କାହାକୁ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ। କିନ୍ତୁ ଏହି ସମୟରେ ଏନସିବିର ଧ୍ୟାନ କେବଳ ଡ୍ରଗ୍ ବେପାରୀଙ୍କ ଉପରେ ରହିଛି ।

Latest Posts

Don't Miss