ସୁଶାନ୍ତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ଷ୍ଟାର,ବର୍ଷା ଭିତରେ ଦେଲେ ବିଦାୟ

ମୁମ୍ବାଇ: ଭିଲେପାର୍ଲେ ସ୍ଥିତ ପବନହଂସ ଶ୍ମଶାନରେ ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ହୋଇଯାଇଛି । କରୋନା କଟକଣା କାରଣରୁ ଖୁବ କମ ସଂଖ୍ୟାକ ବ୍ୟକ୍ତି ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ପରିବାର ସଦସ୍ୟ ଓ ଫିଲ୍ମ ତଥା ଟେଲିଭିଜନ ଦୁନିଆର ବ୍ୟକ୍ତି ତାଙ୍କୁ ଲୁହ ଓ କୋହ ସହ ଅନ୍ତିମ ବିଦାୟ ଜଣାଇଥିଲେ ।

ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ଆସିଥିବା ସେଲିବ୍ରିଟିଙ୍କ ମଧ୍ୟରେ ଥିଲେ ଶ୍ରଦ୍ଧା କପୁର,ରାଜକୁମାର ରାଓ, ଅଭିଷେକ କପୁର,ବରୁଣ ଶର୍ମା,କ୍ରିଷ୍ଟଲ ଡିସୁଜା,କୃତି ସେନନ,ବିବେକ ଓବରୟ ଓ ପୂଜା ଚୋପଡା । ଉପର ଫଟୋରେ ଶ୍ରଦ୍ଧା କପୁର ଶ୍ମଶାନରେ ଉପସ୍ଥିିତ ଥିବା ଦେଖାଯାଇଛି ।

 

ଅନ୍ତିମ ସଂସ୍କାର ସମୟରେ ବର୍ଷା ହେଉଥିବାରୁ ଅନେକ ସେଲିବ୍ରିଟିଙ୍କୁ ଓଦା ହୋଇ ଶ୍ମଶାନକୁ ଆସୁଥିବା ଦେଖିବାକୁ ମିଳିଥିଲା । ସେହିଭଳି କରୋନା କାରଣରୁ ସବୁ ସେଲିବ୍ରିଟି ମାସ୍କ ଓ ଗ୍ଲୋଭସ ପିନ୍ଧି ଶ୍ମଶାନକୁ ଆସିଥିଲେ ।

ଏହି ଚିତ୍ରରେ ପୂଜା ଚୋପଡାଙ୍କୁ ବର୍ଷାରେ ଓଦା ହୋଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ କୃତି ସେନନ ମଧ୍ୟ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ତାଙ୍କୁ ମାସ୍କ ଓ ଧଳା ଚୁଡିଦାରରେ ଦେଖିବାକୁ ମିଳିଥିଲା ।

 

Leave a Reply