ଦେଶର ସବୁଠୁ ବଡ଼ ଠକ ଜାଲରେ କିପରି ଫସିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ?

1 min read

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଜଣେ ।  ଆଜି ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ବିଦେଶ ଯିବା ପାଇଁ ବାରଣ କରାଯାଇଥିଲା । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଲୁକ୍ ଆଉଟ୍ ସର୍କୁଲାର୍ (LOC) ହେତୁ ବିମାନବନ୍ଦର କର୍ମଚାରୀମାନେ ବିଦେଶ ଯିବା ପୂର୍ବରୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ଅଟକାଇଥିଲେ । ଏହି ସୂଚନା ଇଡିକୁ ଦିଆଯାଇଥିଲା, ପରେ ତାଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ପରେ ଜ୍ୟାକଲିନଙ୍କୁ ଇଡି ଛାଡ଼ିଦେଇଥିଲା ଏବଂ ତାଙ୍କୁ ବିମାନବନ୍ଦରରୁ ବାହାରିବାକୁ ଯିବାକୁ ଅନୁମତି ଦିଆଯାଇଥିଲା।

ମନି ଲଣ୍ଡରିଂ ମାମଲାରେ ଇଡି କ୍ରମାଗତ ଭାବରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପଚରାଉଚରା କରୁଛି ଏବଂ ଇଡି ତାଙ୍କ ପାଇଁ ଲୁକ ଆଉଟ ସର୍କୁଲାର (LOC) ଜାରି କରିଛି ଯେଉଁଥିରେ ସେ ମୁମ୍ବାଇ ଛାଡି ବାହାରକୁ ଯାଇ ପାରିବେ ନାହିଁ। ତେବେ ଆଜି ଆପଣଙ୍କୁ ଜଣାଇବୁ ଯେ ଭାରତର ସବୁଠୁ ବଡ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ କିପରି ଯୋଡ଼ି ହେଲା ।

ତିହାର ଜେଲ ଭିତରୁ କରୁଥିଲା ଫୋନ

ତିହାର ଜେଲରେ ନିର୍ଯ୍ୟାତନା ଦେଇ ୨୦୦ କୋଟି ଟଙ୍କା ଆଦାୟ କରିଥିବା ସୁକେଶ ଚନ୍ଦ୍ରଶେଖର ତିହାର ଜେଲ ଭିତରୁ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଫୋନ କରୁଥିଲେ । ଏଜେନ୍ସିର ସୂତ୍ରରୁ ଜଣାପଡିଛି ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ତିହାର ଜେଲ ଭିତରୁ କଲ ସ୍ଫୁପିଙ୍ଗ ମାଧ୍ୟମରେ କଲ କରନ୍ତି । ତେବେ ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଯେଉଁ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ପଚରାଉଚରା କରାଯାଇଥିଲା, ସେ ସେହିଁ ରାକେଟରର ଶୀକାର ଥିଲେ ।

ନିଜ ପରିଚୟ ଲୁଚାଇ ଜ୍ୟାକଲିନଙ୍କ ସହ କଥା ହେଉଥିଲେ

ସୂଚନା ଅନୁଯାୟୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ବାର୍ତ୍ତାଳାପ ସମୟରେ ସୁକେଶ ନିଜର ପରିଚୟ ଲୁଚାଇ ଅନ୍ୟ ଏକ ନାଁରେ କଥା ହେଉଥିଲା । ସୁକେଶ ନିଜକୁ ବହୁତ ବଡ ଲୋକ କହି ଜ୍ୟାକଲିନଙ୍କ ସହ କଥା ହେଉଥିଲେ । ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଯେତେବେଳେ ଜ୍ୟାକଲିନ୍ ସମ୍ପୂର୍ଣ୍ଣ ଭାବରେ ସୁକେଶ ଜାଲରେ ଭସିବାକୁ ଲାଗିଲେ, ସେତେବେଳେ ସେ ଉପହାର ସ୍ୱରୂପ ତାଙ୍କୁ ମହଙ୍ଗା ଫୁଲ ଏବଂ ଚକୋଲେଟ୍ ପଠାଇବା ଆରମ୍ଭ କରିଥିଲେ । ଜ୍ୟାକଲିନ ସେପର୍ଯ୍ୟନ୍ତ ଜାଣି ପାରୁ ନଥଲେ ଯେ ଏସବୁ କାମ ତିହାର ଜେଲରେ ଥିବା ଭାରତର ସବୁଠାରୁ ଦୁର୍ଦ୍ଦାନ୍ତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା କରାଯାଉଛି ।

ଅନୁସନ୍ଧାନକାରୀ ସଂସ୍ଥା ସୁକେଶର ୨୪ ରୁ ବି ଅଧିକ କଲ ରେକର୍ଡ ପାଇଛି, ଯାହା ଆଧାରରେ ଅନୁସନ୍ଧାନକାରୀ ସଂସ୍ଥା ଜ୍ୟାକଲିନଙ୍କ ସହ ହୋଇଥିବା ଠକେଇ ବିଷୟରେ ଜାଣିବାକୁ ପାଇଲା । ସୁରକ୍ଷା କାରଣରୁ ଏଜେନ୍ସି ଏହି ଖବର ପ୍ରକାଶ କରିନାହାଁନ୍ତି, ଯେ ସୁକେଶ କେଉଁ ନାମ ଏବଂ ପରିଚୟ ଦେଇ ଜ୍ୟାକଲିନଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ଜ୍ୟାକଲିନ୍ ସୁକେଶଙ୍କ ଜାଲରେ ଫସିଯାଇଥିଲେ । ଏହିପରି ଭାବରେ, ସୁକେଶ ତିହାର ଜେଲରୁ କଲ ସ୍ନିଫିଂ ମାଧ୍ୟମରେ ଜ୍ୟାକଲିନଙ୍କୁ ଟାର୍ଗେଟ କରିଥିଲେ ।

Leave a Reply