୭ ବର୍ଷ ପୂର୍ବେ ଏହି ଅଭିନେତ୍ରୀ କରିଥିଲେ ଆତ୍ମହତ୍ୟା: ସଲମାନ୍‌ଙ୍କ ବିରୋଧରେ ତାଙ୍କ ମା’ ଆଣିଲେ ଗୁରୁତର ଅଭିଯୋଗ

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରଠାରୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପଞ୍ଜିଭୂତ ଅସନ୍ତୋଷ ବାହାରକୁ ଆସିଛି । ସୁଶାନ୍ତଙ୍କ   ଆତ୍ମହତ୍ୟା ପରେ ଇଣ୍ଡଷ୍ଟ୍ରିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ପାଟନାରେ ବଲିଉଡର ଅନେକ ତାରକାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏଥିସହିତ ବିହାରର ମୁଜାଫରପୁରରେ ସଲମାନ ଖାନଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ୮ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏସବୁ ମଧ୍ୟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମାଆ ରାବିୟା ଖାନଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସଲମାନ ଖାନ ଓ ବଲିଉଡରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆକ୍ଷେପ କରିଛନ୍ତି ।

Jiah Khan suicide case: This is what Jiah Khan's letter to Sooraj ...

            ମାନସିକ ଅଶାନ୍ତି ଭିତରେ ଅଭିନେତ୍ରୀ ଜିଆ ଖାନ ୨୦୧୩ରେ ଆତ୍ମହତ୍ୟା କରିଥିଲେ। ଯାହା ପରେ ତାଙ୍କ ଅଭିଯୁକ୍ତ ପ୍ରେମିକା ସୁରଜ ପାଞ୍ଚୋଲିଙ୍କୁ ପୋଲିସ ଲମ୍ୱା ପଚରାଉଚରା କରିଥିଲା । ତେବେ ସୁଶାନ୍ତ ସିଂହଙ୍କ ଦେହାନ୍ତ ପରେ ଜିଆ ଖାନଙ୍କ ମାଆ ରାବିୟା ଖାନ ବଲିଉଡ୍‌ର କାମ କରିବାର ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ସମୟ ମଧ୍ୟରେ ସେ ସଲମାନ ଖାନଙ୍କ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏବଂ ଜିଆଙ୍କ ଆତ୍ମହତ୍ୟା ଘଟଣାକୁ ମଧ୍ୟ ମନେ ପକାଇଦେଇଛନ୍ତି ।  

Sooraj Pancholi on Jiah Khan's suicide-

ରବିୟା କହିଛନ୍ତି, ‘ସୁଶାନ୍ତ ରାଜପୁତଙ୍କ ପରିବାର ସହିତ ମୋର ସମବେଦନା | ଏହା ଏକ ହୃଦୟ ବିଦାରକ ଘଟଣା । ବର୍ତ୍ତମାନ ବଲିଉଡକୁ ଜାଗି ଉଠିବାକୁ ପଡ଼ିବ । ବର୍ତ୍ତମାନ ଯାହା ହେଇଛି ତାହା ୨୦୧୫ର ଘଟଣାକୁ ମନେପକାଇଦେଇଛି । ସେତେବେଳେ ମୁଁ ମୋ ଝିଆର ମାମଲା ସମ୍ପର୍କରେ ଜଣେ ସିବିଆଇ ଅଧିକାରୀଙ୍କୁ ଭେଟିଥିଲି । ସେ ମୋତେ କହିଥିଲେ ଯେ, ତାଙ୍କୁ ସଲମାନ ଖାନ ବାରମ୍ୱାର ଫୋନ୍ କରୁଛନ୍ତି । କହିଛନ୍ତି ସେ ଅଭିଯୁକ୍ତଙ୍କ ଉପରେ ଆମେ ଅନେକ ଟଙ୍କା ଇନ୍‌ଭେଷ୍ଟ କରିଛୁ । ତାକୁ ପଚରାଉଚରା କରନି । ଏଭଳି ପରିସ୍ଥିତିରେ ମୁଁ କଣ କରି ପାରିବି ବୋଲି ସିବିଆଇ ଅଧିକାରୀ ଜଣଙ୍କ ତାଙ୍କୁ କହିଥିବା ରବିୟା କହିଛନ୍ତି । ଜିଆର ମାଆଙ୍କ ଏଭଳି ବୟାନ ପରେ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

https://www.instagram.com/p/CBgKlXQlQGw/?utm_source=ig_embed&utm_campaign=embed_video_watch_again

Leave a Reply