ଖୁବଶୀଘ୍ର ଆସୁଛି କଙ୍ଗନାଙ୍କ ‘ମଣିକର୍ଣ୍ଣିକା ରିଟର୍ନ୍ସ: ଦ ଲିଜେଣ୍ଡ ଅଫ୍ ଦିଦା‘ ଫିଲ୍ମ

1 min read

ନୂଆଦିଲ୍ଲୀ: ବଲିଉଡର ଆଗଧାଡିର ନାୟିକା କଙ୍ଗନା ରାଣାୱତ ନିଜ ଅଭିନୟ ପାଇଁ ଯେତିକି ପରିଚିତ, ସେତିକି ଚର୍ଚ୍ଚିତ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ।

ଏହି ଆକ୍ଟ୍ରେସ୍ ଜଣକ ଟ୍ୱିଟରରେ ନିଜ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା ରିଟର୍ନ୍ସ: ଦ ଲିଜେଣ୍ଡ ଅଫ୍ ଦିଦା‘ ସମ୍ପର୍କରେ ସୂଚନା ଦେଇଛନ୍ତି । ଝାନ୍ସି ରାଣୀଙ୍କ ଭଳି ଅନେକ ବୀରଙ୍ଗାନାଙ୍କ କାହାଣୀର ସାକ୍ଷୀ ରହିଛି ଆମ ଭାରତ ବର୍ଷ । ସେହିପରି ଏକ ଅଜଣା ବୀରଗାଥା ହେଉଛି କାଶ୍ମୀରର ଜଣେ ନାରୀଙ୍କର । ଯିଏକି ମହମୁଦ ଗଜନବିଙ୍କୁ ଥରେ ନୁହେଁ ବରଂ ଦୁଇ ଥର ପରାସ୍ତ କରିଥିଲେ । ଯାହାକୁ ଫିଲ୍ମ ରୂପେ ଆଣୁଛନ୍ତି କମଲ ଜୈନ ଓ ମୁଁ ।

ରାଣୀ ଦିଦା ହେଉଛନ୍ତି କାଶ୍ମୀର ଉପରେ ଶାସନ କରିଥିବା ପ୍ରଥମ ମହିଳା । ଯିଏକି ୫ ଦଶକ ଯାଏଁ କାଶ୍ମୀର ଉପରେ ରାଜ କରିଥିଲେ । ତାଙ୍କର ଗୋଟିଏ ଗୋଡ ପୋଲିଓ ଦ୍ବାରା ଆକ୍ରାନ୍ତ ଥିଲେ ବି ସେ ଜଣେ ମହାନ ଶାସକ ଓ ଯୋଦ୍ଧା ହୋଇପାରିଥିଲେ ।

ଏହି ଫିଲ୍ମର ସୁଟିଂ ୨୦୨୨ ମସିହା ଜାନୁଆରିରେ ଆରମ୍ଭ ହୋଇପାରେ । ଏହାବାଦ୍ କଙ୍ଗନା ଖୁବଶୀଘ୍ର ଥଲାଇଭି ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଯେଉଁ ଫିଲ୍ମରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ ।

Leave a Reply