spot_img

Latest Posts

କରୋନାରେ ଆରପାରିକୁ ଚାଲିଗଲେ ଭଗବାନ ଇନ୍ଦ୍ର…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦେଢ଼ ଲକ୍ଷ ଛଇଁବା ଉପରେ । ତେବେ ଏହି ମାରାତ୍ମକ ସଂକ୍ରମଣରେ ସଂକ୍ରମିତ ହୋଇ ଲୋକଙ୍କର ମୃତ୍ୟୁ ହେଉଛି। ତେବେ କରୋନାରେ ସଂକ୍ରମିତ ହୋଇ ଏବେ ଭଗବାନ ଇନ୍ଦ୍ରଙ୍କର ମୃତ୍ୟୁ ହୋଇଛି। ପ୍ରକ୍ଷାତ ଅଭିନେତା ସତୀଶ କୌଲ୍ କରୋନାର ଶିକାର ହୋଇ ଶନିବାର ଲୁଧିଆନାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ମୃତ୍ୟୁ ବେଳକୁ ୭୪ ବର୍ଷ ବୟସ ହୋଇଥିଲା। ଟିଭି ଶୋ ମହାଭାରତରେ ଭଗବାନ ଇନ୍ଦ୍ରଙ୍କ ଭୂମିକାରେ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହି ଭୂମିକା ପରେ ସେ ଘରେ ଲୋକପ୍ରିୟ ହୋଇଥିଲେ। ସେ ୩୦୦ରୁ ଅଧିକ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର କରିଛନ୍ତି।

କୌଲଙ୍କ ଭଉଣୀ ସତ୍ୟା ଦେବି କହିଛନ୍ତି ଯେ, ‘ଗତ ପାଞ୍ଚ ଦିନ ଧରି ତାଙ୍କର ଜ୍ୱର ହୋଇଥିଲା ଏବଂ ସେ ଭଲ ନଥିଲେ। ତେଣୁ ଗୁରୁବାର ଦିନ ଆମେ ତାଙ୍କୁ ଶ୍ରୀ ରାମ ଚାରିଟେବୁଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲୁ ଏବଂ ତା’ପରେ ଆମେ ଜାଣିବାକୁ ପାଇଲୁ ଯେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି। ରବିବାର କୌଲଙ୍କ ଅନ୍ତିମ ରୀତିନୀତି କରାଯିବ ବୋଲି ସେ କହିଛନ୍ତି।

ଲୁଧିଆନାରେ ଏକ ଛୋଟ ଭଡା ଘରେ ରହୁଲେ କୌଲ ଏବଂ ତାଙ୍କ ଭଉଣୀ । ତାଙ୍କର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଲକ୍‌ଡାଉନ କାରଣରୁ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । କୌଲଙ୍କ ଭଉଣୀ ଏବେ ଔଷଧ, ରାସନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକ୍ଷମ ନୁହଁନ୍ତି । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ ନିବେଦନ କରିଛନ୍ତି କୌଲଙ୍କ ଭଉଣୀ।

Latest Posts

Don't Miss