‘ଶକ୍ତିମାନ’ର ‘ଡ. ଜ୍ୟାକେଲ୍’ ଲଳିତ ପରିମୁ କରୋନା ସଂକ୍ରମିତ, ଆବଶ୍ୟକ ପ୍ଲାଜମା

1 min read
Bollywood Shaktimaan Dr Jackal Lalit Parimoo Tests Covid Positive Needs Plasma

ମୁମ୍ବାଇ: ଟିଭିର ସବୁଠୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ‘ଶକ୍ତିମାନ’ ସିରିଏଲରେ ‘ଡ. ଜ୍ୟାକେଲ’ ଭୂମିକାରେ ଅଭିନୟ କରିଥିବା ଅଭିନେତା ଲଳିତ ପରିମୁ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ତାଙ୍କୁ ମୁମ୍ବାଇ ନିକଟସ୍ଥ ଭାୟନ୍ଦର-ମୀରା ରୋଡର ଏକ କୋଭିଡ୍ ସେଣ୍ଟରର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି ଏବଂ ପ୍ଲାଜମା ଆବଶ୍ୟକତା ରହିଛି ।

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହଟା ଏନେଇ ସାମାଜିକ ଗଣମାଧ୍ୟମରେ ଲଳିତ ପରିମୁଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ହଂସଲ ଲେଖିଛନ୍ତି- ଅଭିନେତା ଲଳିତ ପରିମୁଙ୍କୁ ମହାଜନ ହଲର ଆଇସିୟୁ ୱାର୍ଡର ୫ରେ ଭର୍ତ୍ତି କରାଯାଇଛି । ପ୍ଲାଜମା ତୁରନ୍ତ ଆବଶ୍ୟକ । ଲଳିତଙ୍କ ବ୍ଲଡ୍ ଗ୍ରୁପ୍ A ପଜିଟିଭ୍ । ଦୟାକରି ସାହାଯ୍ୟ କରନ୍ତୁ ।

‘ହ୍ୟାଦର’, ‘ଏଜେଣ୍ଟ ବିନୋଦ’, ‘ମୁବାରକ’, ‘ହଜାର ଚୌରାସି କି ମା’ ଭଳି ଚଳଚ୍ଚିତ୍ର ଓ ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି । ଏଥିସହ ସ୍କାମ୍ ୱେବ ସିରିଜରେ ସିବିଆଇ ଅଫିସର ଭୂମିକାରେ ଲଳିତ ନଜର ଆସିଥିଲେ । ୧୯୯୭ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ରେ ଭିଲିଆନ୍ ଭାବେ ଜଣେ ବୈଜ୍ଞାନିକ ଡ. ଜ୍ୟାକେଲଙ୍କ ଭୂମିକାରେ ଅଭିନୟ କରିଥିଲେ ଲଳିତ ।

Leave a Reply