ନନ୍ଦିଘୋଷ ବ୍ୟୁରୋ : କଟକର ପୁଅକୁ ବଲିଉଡ ଷ୍ଟାର ହ୍ରିତିକଙ୍କ ପ୍ରଶଂସା । ନିଜର ଡାନ୍ସ ମାଧ୍ୟମରେ ବଲିଉଡ୍ ତାରକା ହ୍ରିତିକ ରୋସନଙ୍କୁ ପ୍ରଭାବିତ କରିଛନ୍ତି ୧୦ ବର୍ଷର ବାଳକ । କଟକ ବାଦାମବାଡ଼ିର ସରକାରୀ ଉଚ୍ଚ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ମିକୁନ ନାୟକ । ଗତ ଶିଶୁ ଦିବସରେ ସ୍କୁଲର କାର୍ଯ୍ୟକ୍ରମରେ ଡାନ୍ସ କରିଥିଲେ । ଆଉ ସେହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ ହେବା ପରେ ମିକୁନଙ୍କୁ ମିଳିଛି ଅନେକ ଶୁଭେଚ୍ଛାର ବାର୍ତ୍ତା ।

