ଦିଲ୍ଲୀ କ୍ରିକେଟ ଷ୍ଟାଡିମୟକୁ ବୋମା ଧମକ
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଛି ବିସିସିଆଇ । ସୁରକ୍ଷା ଦୃଷ୍ଟିରୁ ମ୍ୟାଚକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବିଦେଶୀ ଖେଳାଳିମାନେ ସେମାନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତେବେ ଏଭଳି ଏକ ସମୟରେ ଦିଲ୍ଲୀ କ୍ରିକେଟ ଷ୍ଟାଡିୟମକୁ ବୋମା ଧମକ ମିଳିଛି । ବୋମା ପକାଇ ଉଡ଼ାଇ ଦେବାକୁ ମେଲରେ ଧମକ ଆସିଛି । ଡିଡିସିଏର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି, ଶୁକ୍ରବାର ସକାଳୁ ଅରୁଣ ଜେଟଲି ଷ୍ଟାଡିୟମକୁ ଉଡାଇ ଦେବାକୁ ଧମକ ଆସିଛି । ’ଅପରେସନ ସିନ୍ଦୂର’ର ବଦଲା ନେବୁ ବୋଲି ଧମକ ଆସିଛି । ତେବେ ଏନେଇ ଏକ ମାମଲା ଦାୟର ହୋଇଥିବାବେଳେ ପୋଲିସ ତଦନ୍ତ ଚଳାଇଛି । ମେ ୧୧ ତାରିଖରେ ଏଠାରେ ଚଳିତ ସିଜିନରେ ଅନ୍ତିମ ମ୍ୟାଚ ଖେଳାଯାଇଥାନ୍ତା । ମାତ୍ର ଏହାକୁ ବନ୍ଦ ରଖାଯାଇଛି । ପୂର୍ବରୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ହତ୍ୟା ଧମକ ମଧ୍ୟ ଆସିଛି ।