ଫୁଲୁଛି ମହାନଦୀ: ଜଗନ୍ନାଥ ସଡ଼କ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ

ବୌଦ୍ଧରେ ଫୁଲୁଛି ମହାନଦୀ । ବନ୍ୟପାଣି ଆସିବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ହରଭଙ୍ଗା । ଜଗନ୍ନାଥ ସଡ଼କ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ହରଭଙ୍ଗା ବ୍ଲକର ହାଟଗାଁ ଓ କୃଷ୍ଣମୋହନପୁର ରାସ୍ତା ଉପରେ ଦେଶୀ ଡଙ୍ଗା ସାହାଯ୍ୟରେ ଲୋକେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ଧଳପୁର, କୁଡ଼ାସିଙ୍ଗା, ପାଣିଘରା, ତେନ୍ତୁଳିପଦର ଆଦି ସ୍ଥାନରେ ୫ ଫୁଟର ବନ୍ୟାଜଳ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ।

ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଥିବା ବେଳେ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଗତକାଲି ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରରୁ ୬ଟି ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି ।

ଏଥିସହିତ ପଢ଼ନ୍ତୁ: ରସୁଲପୁର ବ୍ଳକ୍ ଅଞ୍ଚଳରେ ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ

 

Leave a Reply