spot_img

Latest Posts

ପାରଳାଖେମୁଣ୍ଡିରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ପାରଳାଖେମୁଣ୍ଡି: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଘଟଣା ଘଟିଛି ପାରଳାଖେମୁଣ୍ଡି ଚିକିତ୍ସାଳୟରେ । ଡାକ୍ତର ନଥାଇ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ଶବ ରଖି ଗ୍ରାମବାସୀ ଓ ପରିବାର ଲୋକଙ୍କ ପ୍ରତିବାଦ କରିଛନ୍ତି। ଗୁରାଣ୍ଡି ଗାଁର ଅନୀଲ ବିଶୋଇଙ୍କ ୬ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ପେଟରେ ବ୍ୟଥା ହେଉଥିବା ନେଇ ପ୍ରଥମେ ଗୁରାଣ୍ଡି ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ। ସେଠାରେ ଡ଼ାକ୍ତର ନଥିବାରୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ମଧ୍ୟ ସମାନ ପରିସ୍ଥିତି, କୈାଣସି ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ବାଳକକୁ କିଛି ଇଞ୍ଜେକସନ ଦେଇଥିଲେ।

ଇଞ୍ଜେକସନ ଦେବା ପରେ ହଠାତ୍ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।

Latest Posts

Don't Miss